ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ମୃତ ଛାତ୍ର ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ସେ ମାର୍ଶାଘାଇ କଲେଜର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଥିଲେ। ଦେବୀଙ୍କ ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳରେ। ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ରହି ପାଠ ପଢୁଥିଲେ। ସେହି ହଷ୍ଟେଲର ବାଲକୋନି ଦେଇ ୧୧ […]

death

death

Tapaswini Nayak
  • Published: Wednesday, 02 November 2022
  • Updated: 02 November 2022, 11:08 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ମୃତ ଛାତ୍ର ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ସେ ମାର୍ଶାଘାଇ କଲେଜର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଥିଲେ। ଦେବୀଙ୍କ ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳରେ।

ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ରହି ପାଠ ପଢୁଥିଲେ। ସେହି ହଷ୍ଟେଲର ବାଲକୋନି ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଯାଇଥିଲା। ଗତକାଲି ରାତିରେ ଦେବୀ ବାଲକୁନିକୁ ନିଜର ଟାୱେଲ ଆଣିବାକୁ ଯାଇଥିଲେ। ଟାୱେଲ ଆଣିବା ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପାଖ ବାଲକୋନୀ ଚାର୍ଜ ହୋଇଯାଇଥିବାରୁ ଭୟଭୀତ ହୋଇ ୫ଜଣ ଛାତ୍ର ଅଚେତ ହୋଇପଡ଼ିଥିଲେ।

ଲାଇନ କଟାଯାଇ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦେବୀଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ଜଣ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଛନ୍ତି। ମାର୍ଶାଘାଇ ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ହଷ୍ଟେଲରେ ପ୍ରାୟ ୭୦ ଜଣ ଛାତ୍ର ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos