ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ; ବନ୍ଧା ହେଲେ କୋଚିଂ ସେଣ୍ଟର୍ ମାଲିକ

ସମ୍ବଲପୁ(ସଞ୍ଜୟ ଜେନା): ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ରଜତ କୁମାର ସାହୁ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ମାସିକିଆ ସମର କୋର୍ସ ପାଇଁ ରଜତଙ୍କୁ ତାଙ୍କ ବାପା ନାମ ଲେଖାଇ ଥିଲେ। ସେଠାରେ ରହି ରଜତ ପାଠ ପଢୁଥିଲେ। ଶୁକ୍ରବାର ପୁଅକୁ ଦେଖିବାକୁ ଗାଁରୁ ତାଙ୍କ ବାପା ଆସୁଥିବା […]

deadbody,,,00000000000

deadbody,,,00000000000

Tapaswini Nayak
  • Published: Saturday, 25 May 2019
  • Updated: 25 May 2019, 02:50 PM IST

Sports

Latest News

ସମ୍ବଲପୁ(ସଞ୍ଜୟ ଜେନା): ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ରଜତ କୁମାର ସାହୁ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର।

ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ମାସିକିଆ ସମର କୋର୍ସ ପାଇଁ ରଜତଙ୍କୁ ତାଙ୍କ ବାପା ନାମ ଲେଖାଇ ଥିଲେ। ସେଠାରେ ରହି ରଜତ ପାଠ ପଢୁଥିଲେ।

ଶୁକ୍ରବାର ପୁଅକୁ ଦେଖିବାକୁ ଗାଁରୁ ତାଙ୍କ ବାପା ଆସୁଥିବା ବେଳେ କୋଚିଂ ସେଣ୍ଟର ପକ୍ଷରୁ ତାଙ୍କ ପୁଅ ଅସୁସ୍ଥ ଥିବା ନେଇ ଏକ ଫୋନ୍‌ କଲ ପାଇଥିଲେ। ସଦର ହସ୍ପିଟାଲରେ ପହଞ୍ଚି ଦେଖିବା ବେଳକୁ ତାଙ୍କ ପୁଅର ମୃତ୍ୟୁ ହୋଇସାରିଥିଲା।

ଏହି ଘଟଣାକୁ ନେଇ କୋଚିଂ ସେଣ୍ଟର ମାଲିକ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିବା ମୃତକଙ୍କ ବାପା କହିଛନ୍ତି।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅଇଁଠାପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଅସିତ ପୁରୋହିତଙ୍କୁ ଗିରଫ କରିଛି।

କୋଚିଂ ସେଣ୍ଟର ମାଲିକ ଅସିତ ପୁରୋହିତ କହିଛନ୍ତି,“ କୋଚିଂ ସେଣ୍ଟରର ଗୋଟିଏ ପିଲା ପୋଖରୀରେ ବୁଡ଼ିଯାଇଥିବା ଗାଁ ଲୋକ ଆସି ମତେ କହିଥିଲେ। ମୁଁ, ୱାର୍ଡେନ ମ୍ୟାଡାମ୍‌ ଓ ଗାଁ ଲୋକଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲି। ପିଲାଟି ଚେତାଶୂନ୍ୟ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos