ସରିଗଲା ଶ୍ରୀଦେବୀର ସ୍ୱପ୍ନ: ପାଠ ପଢ଼ା ପାଇଁ ମିଳିଲାନି ପରିବାରର ସହଯୋଗ, ହାରିଲା ଜୀବନ

କେନ୍ଦୁଝର (ଓଡ଼ିଶା ରିପୋର୍ଟର):  ନାରୀ ଶସକ୍ତିକରଣ ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ‘ବେଟି ପଢ଼ାଓ, ବେଟି ବଚାଓ’ ନାରା ଦେଉଛନ୍ତି। ଏହା ସତ୍ତ୍ୱେ ଝିଅଙ୍କୁ ପାଠ ପଢ଼ିବାକୁ ଦିଆଯାଉ ନାହିଁ। ଏଥିପାଇଁ ଜଣେ ଯୁବତୀ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରୁ। ବଡ଼ବିଲ୍‌ ସରକାରୀ ଆଇଟିଆଇ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଶ୍ରୀଦେବୀ ମହାକୁଡ଼। ଗତକାଲି ବିଳମ୍ୱିତ ରାତିରେ ଫ୍ୟାନ୍‌ରେ ରଶି ଲଗାଇ […]

sridevi

sridevi

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 05:21 PM IST

Sports

Latest News

କେନ୍ଦୁଝର (ଓଡ଼ିଶା ରିପୋର୍ଟର):  ନାରୀ ଶସକ୍ତିକରଣ ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ‘ବେଟି ପଢ଼ାଓ, ବେଟି ବଚାଓ’ ନାରା ଦେଉଛନ୍ତି। ଏହା ସତ୍ତ୍ୱେ ଝିଅଙ୍କୁ ପାଠ ପଢ଼ିବାକୁ ଦିଆଯାଉ ନାହିଁ। ଏଥିପାଇଁ ଜଣେ ଯୁବତୀ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରୁ।

ବଡ଼ବିଲ୍‌ ସରକାରୀ ଆଇଟିଆଇ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଶ୍ରୀଦେବୀ ମହାକୁଡ଼। ଗତକାଲି ବିଳମ୍ୱିତ ରାତିରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କନ୍ଦଳରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି।

ଯୋଡ଼ା ବ୍ଲକ କୁଟଗାଁ ଶ୍ରୀଦେବୀଙ୍କ ବାପା ବହୁ ଗରିବ। ପରିବାର  କହିଲେ ୪ ଭାଇ ଓ ୩ ଭଉଣୀ। ବାପା ଯାହା ଉପାର୍ଜନ କରନ୍ତି, ସେଥିରେ ଚାଲେ ପରିବାର। ଶ୍ରୀଦେବୀ ଭଲ ପାଠ ପଢ଼ୁଥିବାରୁ ଆଇଟିଆଇ ପଢ଼ିବାକୁ ଚାହିଁଥିଲେ। ମାତ୍ର ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଭାଇ, ଭାଉଜ ଓ ଭଉଣୀମାନେ ଚାହୁନଥିଲେ। ଏହା ସତ୍ତ୍ୱେ ଶ୍ରୀଦେବୀଙ୍କୁ ପାଠ ପଢ଼ାକୁ ତାଙ୍କ ବାପା ସମର୍ଥନ କରି ସରକାରୀ ଆଇଟିଆଇ କଲେଜରେ ଆଡ୍‌ମିସନ୍‌ କରାଇ ଥିଲେ। ଏହାକୁ ନେଇ ପରିବାରରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ଭାଇ ଓ ଭାଉଜମାନେ ଶ୍ରୀଦେବୀଙ୍କୁ ଦେଖା କରିବା ପାଇଁ ହଷ୍ଟେଲକୁ ଆସୁନଥିଲେ। କେବଳ ତାଙ୍କ ବାପା ଆସୁଥିଲେ। ଏହାକୁ ନେଇ ଶ୍ରୀଦେବୀ ମାନସିକ ଚାପରେ ଥିଲେ। ଏହାକୁ ନେଇ  ସେ ଫ୍ୟାନ୍‌ରେ ରଶି ଲଗାଇଥିବା ଅନୁମାନ କରାଯାଉଛି। ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos