ସ୍କୁଲ୍‌ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ସ୍କୁଲ୍‌ ଗୁଡ଼ିକୁ ବନ୍ଦ କରି ଦେବାକୁ ଘୋଷଣା କରାଯାଇଥିବା ବେଳେ ଏହି ସବୁ ସ୍କୁଲ୍‌ରେ ଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍‌ରେ ପଢ଼ିବେ ଓ ସେମାନଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ। ଏ ସଂପର୍କରେ ସୂଚନା ଦେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କହିଛନ୍ତି,“୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରାଯାଇଛି। ଚଳିତ ଶିକ୍ଷା ବର୍ଷରୁ ଏଗୁଡ଼ିକୁ […]

samirdas

samirdas

Tapaswini Nayak
  • Published: Saturday, 22 June 2019
  • Updated: 22 June 2019, 03:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ସ୍କୁଲ୍‌ ଗୁଡ଼ିକୁ ବନ୍ଦ କରି ଦେବାକୁ ଘୋଷଣା କରାଯାଇଥିବା ବେଳେ ଏହି ସବୁ ସ୍କୁଲ୍‌ରେ ଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍‌ରେ ପଢ଼ିବେ ଓ ସେମାନଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ।

ଏ ସଂପର୍କରେ ସୂଚନା ଦେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କହିଛନ୍ତି,“୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରାଯାଇଛି। ଚଳିତ ଶିକ୍ଷା ବର୍ଷରୁ ଏଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏହି ସବୁ ସ୍କୁଲ୍‌ରେ ଯେଉଁ ପିଲାମାନେ ପଢ଼ୁଥିଲେ ସେମାନେ ପାଖ ସ୍କୁଲ୍‌ରେ ପଢ଼ିବେ। ସେହି ପିଲାମାନଙ୍କର ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ। ଯଦି ଘରଠାରୁ ସ୍କୁଲ୍‌ ୧ କି.ମି.ରୁ ଅଧିକ ଦୂର ହୋଇଥିବ, ସେମାନଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ। ଏହି ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ।”

ସେ ଆହୁରି କହିଛନ୍ତି,“ ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍କୁଲରେ ୭୫%ରୁ ଅଧିକ ଉପସ୍ଥାନ ଥିବ, ସେମାନଙ୍କୁ ମାସିକ ୬୦୦ ଟଙ୍କା ହିସାବରେ ଦଶ ମାସକୁ ମୋଟ ଛଅ ହଜାର ଟଙ୍କା ଦିଆଯିବ। ସେହିଭଳି ଯେଉଁ ଛାତ୍ରଛାତ୍ରୀମାନଙ୍କର ୫୦ରୁ ୭୪% ଉପସ୍ଥାନ ଥିବ ସେମାନଙ୍କୁ ମାସକୁ ୪୦୦ ଟଙ୍କା ସହାୟତା ମିଳିବ। ଯେଉଁ ଛାତ୍ରଛାତ୍ରୀଙ୍କର ୩୦ରୁ ୪୯% ଉପସ୍ଥାନ ଥିବ ସେମାନଙ୍କୁ ମାସିକ ୩୦୦ ଟଙ୍କା ମିଳିବ।” ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନା ୩୦%ରୁ କମ୍ ରହିଥିବ, ସେମାନଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ବନ୍ଦ ହେବାକୁ ଯାଉଥିବା ୯୬୬ଟି ସ୍କୁଲର ଶିକ୍ଷକମାନଙ୍କୁ ଅନ୍ୟ ସ୍କୁଲଗୁଡ଼ିକୁ ବଦଳି କରାଯିବ। ଯେଉଁ ସ୍କୁଲ୍‌ରେ ଶିକ୍ଷକଙ୍କ ଅଭାବ ଥିବ, ସେହି ସ୍କୁଲ୍‌ଗୁଡ଼ିକୁ ସେମାନଙ୍କୁ ବଦଳି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ଏ ସବୁ ସ୍କୁଲ୍‌ଗୁଡ଼ିକରେ କାମ କରୁଥିବା ପାଚିକମାନଙ୍କ ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos