ଛାତ୍ରଙ୍କ ମୃତ୍ୟୁ ପାଇଁ ପ୍ରଧାନ ଶିକ୍ଷକ ନିଲମ୍ବିତ, ବିରୋଧ କରି ଶିକ୍ଷାର୍ଥୀଙ୍କ ଧାରଣା

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଛନ୍ତି ଛାତ୍ରଛାତ୍ରୀ। ସ୍କୁଲର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ଦେଖାଯାଇଥିଲା। ଏଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିନ କରାଯାଇଛି। ହେଲେ ଏହା ବିରୋଧରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ସୁଦ୍ଧକଣ୍ଠି କମଳ ଲୋଚନ ଉଚ୍ଚ ବିଦ୍ୟାଳୟ ଶିକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍କୁଲ ଫାଟକରେ ତାଲା ପକାଇ ବିଭିନ୍ନ ବ୍ୟାନର ଧରି ନିଲମ୍ବନ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନ […]

strike

strike

Hemant Lenka
  • Published: Wednesday, 26 October 2022
  • Updated: 26 October 2022, 06:39 PM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଛନ୍ତି ଛାତ୍ରଛାତ୍ରୀ। ସ୍କୁଲର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ଦେଖାଯାଇଥିଲା। ଏଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିନ କରାଯାଇଛି। ହେଲେ ଏହା ବିରୋଧରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ସୁଦ୍ଧକଣ୍ଠି କମଳ ଲୋଚନ ଉଚ୍ଚ ବିଦ୍ୟାଳୟ ଶିକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନେ ସ୍କୁଲ ଫାଟକରେ ତାଲା ପକାଇ ବିଭିନ୍ନ ବ୍ୟାନର ଧରି ନିଲମ୍ବନ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ଯାଏ ସେମାନେ ଆନ୍ଦୋଳନ କରିବେ ବୋଲି କହିଥିଲେ। ତେବେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଗତ ମାସ ୨ ତାରିଖରେ ସ୍କୁଲ କ୍ୟାମ୍ପସ ପରିସରରେ ଥିବା ଗୋଟିଏ ପୋଖରୀରେ ପଡ଼ି ଶ୍ରୀତମ ନାୟକ ନାମକ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିଲା। ଏଥିପାଇଁ ଶ୍ରୀତମଙ୍କ ପରିବାର ଲୋକ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ବିବାଦ ହୋଇଥିଲା। ଶେଷର ଜିଲ୍ଲା ଶିକ୍ଷା ଅଧିକାରୀ ବିନା କୌଣସି ତଦନ୍ତରେ ପ୍ରଧାନ ଶିକ୍ଷକ ସାହୁଙ୍କୁ ନିଲମ୍ବିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos