ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ,କହିଲେ- ସାର୍‌ ନ ଆସିଲେ ନିଆଁ ଜଳିବ

ଆଠଗଡ଼(ଓଡ଼ିଶା ରିପୋର୍ଟର): ‘ଆମ ସାର୍‌ଙ୍କୁ ଫେରାଇ ଦିଅନ୍ତୁ। ସାର୍ ନ ଆସିଲେ ନିଆଁ ଜଳିବ।’ ଏହି ଦାବି କରି ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଧାଇପୁର ପ୍ରୋଜେକ୍ଟ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କୁ ଅନ୍ୟ ଏକ ସ୍କୁଲକୁ ବଦଳି କରି ଦିଆଯାଇଛି। ଗତକାଲି ବିଜୟଙ୍କର ସ୍କୁଲରେ ଥିଲା ଶେଷ ଦିନ। ସେ କାଲି ସ୍କୁଲରୁ ଯିବା ସମୟରେ ପିଲାମାନେ […]

student strike

student strike

Tapaswini Nayak
  • Published: Friday, 25 November 2022
  • Updated: 25 November 2022, 12:11 PM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର): ‘ଆମ ସାର୍‌ଙ୍କୁ ଫେରାଇ ଦିଅନ୍ତୁ। ସାର୍ ନ ଆସିଲେ ନିଆଁ ଜଳିବ।’ ଏହି ଦାବି କରି ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଧାଇପୁର ପ୍ରୋଜେକ୍ଟ ହାଇସ୍କୁଲରେ।

ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କୁ ଅନ୍ୟ ଏକ ସ୍କୁଲକୁ ବଦଳି କରି ଦିଆଯାଇଛି। ଗତକାଲି ବିଜୟଙ୍କର ସ୍କୁଲରେ ଥିଲା ଶେଷ ଦିନ। ସେ କାଲି ସ୍କୁଲରୁ ଯିବା ସମୟରେ ପିଲାମାନେ ତାଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ। ଆମ ସାର୍‌ଙ୍କୁ ଫେରାଇ ଦିଅ ବୋଲି ଦାବି କରିଥିଲେ। ଆଜି ସକାଳେ  ସାର୍‌ଙ୍କୁ ନିଜ ସ୍କୁଲକୁ ଫେରାଇ ଆଣିବା ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। ସାର୍ ଆମ ସ୍କୁଲକୁ ନ ଫେରିଲା ଯାଏ  ଗେଟ୍‌ର ତାଲା ଖୋଲା ଯିବ ନାହିଁ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ।

ଜଣେ ଛାତ୍ରୀ କହିଛନ୍ତି, ସାର୍‌ ଆସିଲେ ଆମେ ସ୍କୁଲ୍ ଗେଟ୍‌ର ତାଲା ଫିଟାଇବୁ, ନ ହେଲେ ସ୍କୁଲ୍ ଗେଟ୍ ଆଗରେ ଏପରି ବସି ରହିବୁ।

ଆଠଗଡ଼ ଧାଇପୁର ପ୍ରୋଜେକ୍ଟ ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos