ସବ୍‌ଡିଭିଜନ୍‌ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ୪ ଥାକିଆ କରାଯିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ୪ ଥାକିଆ କରାଯିବ। ଏଥିପାଇଁ କାମ ଆରମ୍ଭ କରିବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରରେ ଲାଗିଛି। ଫଳରେ ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ୁଥିଲେ। ଲୋକଙ୍କ ଯିବାଆସିବାକୁ ଦୃଷ୍ଟିରେ ରଖି ରାଜଭବନରୁ ନନ୍ଦନକାନନ ଏଲିଭେଟେଡ୍‌ କରିଡ଼ର ପାଇଁ ସର୍ଭେ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ […]

cm-office

cm-office

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 06:50 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ୪ ଥାକିଆ କରାଯିବ। ଏଥିପାଇଁ କାମ ଆରମ୍ଭ କରିବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ରାଜଭବନରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରରେ ଲାଗିଛି। ଫଳରେ ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ୁଥିଲେ। ଲୋକଙ୍କ ଯିବାଆସିବାକୁ ଦୃଷ୍ଟିରେ ରଖି ରାଜଭବନରୁ ନନ୍ଦନକାନନ ଏଲିଭେଟେଡ୍‌ କରିଡ଼ର ପାଇଁ ସର୍ଭେ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜୁ ଏକ୍ସପ୍ରେସ୍‌ ୱେ’ର ରାଉରକେଲା-ସମ୍ୱଲପୁର ଏବଂ ସୋହେଲା-ଆମ୍ୱପାଣି କାମ ମାର୍ଚ୍ଚ ସୁଦ୍ଧା ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ବ୍ୟତୀତ ଅନ୍ୟ ୪ଟି ମେଡ଼ିକାଲ କଲେଜ ଓ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ଜୁନ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସେହିପରି ସମ୍ୱଲପୁର ନେଲସନ୍‌ ମଣ୍ଡୋଲାଠାରେ ମହାନଦୀ ଉପରେ ନିର୍ମାଣାଧୀନ ସେତୁ ଓ ଝାରସୁଗୁଡ଼ା ଇବ୍‌ ସେତୁର ନିର୍ମାଣ କାର୍ଯ୍ୟ ଜୁନ ଏବଂ କଟକ କାଠଯୋଡ଼ି ଉପରେ ନିର୍ମିତ ସେତୁ ଫେବୃଆରୀ ସୁଦ୍ଧା ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos