ସୁବର୍ଣ୍ଣପୁର: ନିଆଁରେ ପୋଡ଼ି ନବବଧୂ ଜୀବନ୍ତ ଦଗ୍ଧ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଘୋଡ଼ାଧାର ଗାଁର ଅର୍ଜୁନ ବାଘଙ୍କ ଘରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘରେ ଶୋଇଥିବା ନବବଧୂ ସଞ୍ଜୁକ୍ତା ବାଘ ନିଆଁ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଅଗ୍ନିକାଣ୍ଡରେ ୬ ବଖରା ଜଳି ପାଉଁଶ ହୋଇଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବିନିକା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।