ଝିଅକୁ ଅଣଆଦିବାସୀଙ୍କ ସହ ବିବାହ ଦେବାରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିରୋଧ

ବାରିପଦା: ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇ ବି ନିଜ ଝିଅକୁ ଅଣଆଦିବାସୀଙ୍କ ଘରେ ବିବାହା ଦେବାରୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ। ମାରାଣ୍ଡିଙ୍କୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ଏପରି କି ଶହ ଶହ ଆଦିବାସୀ ମହିଳା, ପୁରୁଷ, ଯୁବକ, ଯୁବତୀ ରାସ୍ତାକୁ ଓହ୍ଲାଇଛନ୍ତି। ରାଜନୈତିକ ଫାଇଦା ପାଇଁ ସୁଦାମ, ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ସାନ୍ତାଳ ସଂପ୍ରଦାୟ ପକ୍ଷରୁ ଅଭିଯୋଗ କରାଯାଇଛି।

ମନ୍ତ୍ରୀ ମାରାଣ୍ଡି କହିଛନ୍ତି,‘ମୁଁ ଆଦିବାସୀ ଭିତରେ ସୀମିତ ନୁହେଁ। ସମ୍ପୂର୍ଣ୍ଣ ମାନବ ସମାଜ ହେଉଛି ମୋର ସମ୍ପ୍ରଦାୟ। ମୁଁ ଆଦିବାସୀ କଳା, ସଂସ୍କୃତିକୁ ଭଲ ପାଏ।’