ସୁଦୀପଙ୍କ ଗିରଫଦାରି ପ୍ରତିବାଦରେ ସିବିଆଇ ଅଫିସ ସମ୍ମୁଖରେ ଟିଏମ୍‌ସିର ବିକ୍ଷୋଭ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଗିରଫଦାରି ପ୍ରତିବାଦରେ ଆଜି  ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ତୃଣମୂଳ କଂଗ୍ରେସର କର୍ମୀ ଓ ନେତାମାନେ ଧାରଣା ଦେଇଛନ୍ତି। ସୁଦୀପଙ୍କୁ ଜାମିନରେ ନ ଛାଡିଲେ ଆନ୍ଦୋଳନ  ଜାରି ରହିବ ବୋଲି ସେମାନେ ଧମକ ଦେଇଛନ୍ତି।

ସୁଦୀପଙ୍କ ରିମାଣ୍ଡ ଆଜି ଶେଷ ହେଉଛି। ସୁଦୀପଙ୍କୁ ଗତ ୪ ତାରିଖରେ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା ସିବିଆଇ।

ଜଣେ ବିକ୍ଷୋଭକାରୀ କହିଛନ୍ତି, “ସୁଦୀପ ବନ୍ଦୋପାଧ୍ୟାୟଙ୍କୁ  ଯଦି ସିବିଆଇ ଜାମିନ ନ ଦିଏ ତାହାହେଲେ ଆନ୍ଦୋଳନ ଜାରି ରହିବ। ଯେ ଦୋଷୀ ସେ ମୋଦି ସରକାରଙ୍କ ଛତ୍ର ଛାୟା ତଳେ ରହିଛି। ତାଙ୍କୁ ଦଣ୍ଡ ଦିଆଯାଉ।”

ଆଉ ଟିଏମସି ନେତା କହିଛନ୍ତି,“ବାବୁଲ ସୁପ୍ରିୟୋ ରୋଜଭ୍ୟାଲି ଚିଟଫଣ୍ଡର ବହୁତ ପୋଗ୍ରାମ କରିଛନ୍ତି। ବାବୁଲ  ସୁପ୍ରିୟୋ କହିଥିଲେ, ରୋଜ ଭ୍ୟାଲି ଏକ  ଫୁଲ ହେଲେ ମୁଁ ହେଉଛି  ତା’ର ଗୋଟିଏ ପାଖୁଡା । କିନ୍ତୁ ସିବିଆଇ ବାବୁଲ ସୁପ୍ରିୟୋଙ୍କୁ ଡାକୁନାହିଁ।”