ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକର ନୂଆ ପୁଲିସ୍‌ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସେ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ ପୂର୍ବତନ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଏଡିଜି ଦାୟିତ୍ୱ ମିଳିଛି। ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି। […]

police,,,

police,,,

Tapaswini Nayak
  • Published: Wednesday, 21 August 2019
  • Updated: 21 August 2019, 12:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକର ନୂଆ ପୁଲିସ୍‌ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସେ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ ପୂର୍ବତନ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଏଡିଜି ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି। ଏଥିପାଇଁ ପୁଲିସ୍‌ ବିଭାଗରେ ବଡ଼ଧରଣର ଅଦଳବଦଳ କରିଥିଲେ। ଆଇପିଏସ୍ ଓ ଓପିଏସ୍‌ ସ୍ତରରେ ୩୯ଜଣ ବରିଷ୍ଠ ପୁଲିସ୍‌ ଅଫିସରଙ୍କ ବଦଳି ହୋଇଥିଲା। ଏହି ଅଦଳବଦଳ ବେଳେ ଭୁବନେଶ୍ୱର-କଟକ ପୁଲିସ୍‌ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଥିଲା।

ଦାୟିତ୍ୱ ଗ୍ରହଣ ପରେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,“ ଅପରାଧିକ ଘଟଣାର ତଦନ୍ତ ଏବଂ ଏହାର ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ। ଅପରାଧୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ସହ ସେମାନଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ।  ରାଜ୍ୟ ସରକାରଙ୍କ 5T ମଧ୍ୟରେ ଥିବା ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ ଏକ ଆହ୍ୱାନ ହେବ।”

ସେ ଆହୁରି କହିଛନ୍ତି ଯେ,  ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ପୁଲିସ ସାରା ଦେଶରେ ଅଗ୍ରଣୀ ରାଜ୍ୟ। ଏଥିପାଇଁ ଟେକ୍ନୋଲୋଜିର ସୁଫଳ ଲୋକଙ୍କୁ ମିଳିବା ଦରକାର।

ନୂଆ ପୁଲିସ କମିଶନର କହିଛନ୍ତି,“ ସାମୁହିକ ଜୀବନକୁ ଶୃଙ୍ଖଳିତ, ସରସ କରିବା ପୁଲିସର ଦାୟିତ୍ୱ। ସେଥିପାଇଁ ପୁଲିସ ସହ ସାଧାରଣ ଲୋକଙ୍କ ଅନୁଭୂତି ପ୍ରୀତିକର ହେବା ଦରକାର। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସଂକଳ୍ପବଦ୍ଧ।”

ମୁଁ ପରିଶ୍ରମ କରିବି, ନମ୍ରତାର ସହ ସେବା କରିବି ବୋଲି ନୂଆ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos