‘ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭୂମିକା’ ମୋସନକୁ ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଶାସକ ବିଜୁ ଜନତା ଦଳ ପକ୍ଷରୁ ଆସିଥିବା ମୋସନକୁ ବାଚସ୍ପତି ଗ୍ରହଣ କରିଛନ୍ତି। ତେଣୁ ଶୂନ୍ୟକାଳରେ ଏ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି। ଆଲୋଚନାର ଶୀର୍ଷକ ରହିଛି ‘ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ’ଙ୍କ ଭୂମିକା। ଏ ନେଇ ଆଜି ଗୃହରେ ବିସ୍ତୁତ ଆଲୋଚନା ହେବା ଆଶା କରାଯାଉଛି।