ସଲାମ୍‌ ସହିଦ: ଗୃହମନ୍ତ୍ରୀ କହିଲେ କୋଲଡ୍‌ ବ୍ଲଡେଡ ମର୍ଡ଼ର

ଭୁବନେଶ୍ୱର:ଫଟୋରେ ଝୁଲୁଛି ଫୁଲମାଳ। ସବୁଦିନ ବୀର ଦର୍ପରେ ଦେଶମାତୃକାର ସେବା କରୁଥିବା ସେହି ଯବାନମାନେ  ଏବେ କଫିନ ଭିତରେ। ଶରୀର ବଳିପଡ଼ିଛି ହେଲେ ବୀରତ୍ବ ନୁହେଁ। କିଏ ପୁଅକୁ ହରାଇ ଝୁରିହେଉଛି ତ’ ଆଉ କିଏ ସିନ୍ଦୁର ହରାଇ ଦୁ‍ଃଖରେ ଭାଙ୍ଗିପଡ଼ୁଛି । ଆକୁଳ ଚିତ୍କାରରେ ଫାଟିପଡ଼ୁଛି ଗାଁ ଦାଣ୍ଡ। ଏହି ବୀର ଯବାନକୁ ହରାଇ ଗାଁ ମାଟିରେ ଶୋକାକୂଳ ପରିବେଶ ପୁଣି ସ୍ତବ୍ଧ ସାରା ଦେଶ। ଛତିଶଗଡ଼ର ସୁକମାରେ ମାଓ ହମଲାରେ ୨୫ ଜଣ ସହିଦ […]

sahid

sahid

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 06:16 PM IST

Sports

Latest News

ଭୁବନେଶ୍ୱର:ଫଟୋରେ ଝୁଲୁଛି ଫୁଲମାଳ। ସବୁଦିନ ବୀର ଦର୍ପରେ ଦେଶମାତୃକାର ସେବା କରୁଥିବା ସେହି ଯବାନମାନେ  ଏବେ କଫିନ ଭିତରେ। ଶରୀର ବଳିପଡ଼ିଛି ହେଲେ ବୀରତ୍ବ ନୁହେଁ। କିଏ ପୁଅକୁ ହରାଇ ଝୁରିହେଉଛି ତ’ ଆଉ କିଏ ସିନ୍ଦୁର ହରାଇ ଦୁ‍ଃଖରେ ଭାଙ୍ଗିପଡ଼ୁଛି ।

ଆକୁଳ ଚିତ୍କାରରେ ଫାଟିପଡ଼ୁଛି ଗାଁ ଦାଣ୍ଡ। ଏହି ବୀର ଯବାନକୁ ହରାଇ ଗାଁ ମାଟିରେ ଶୋକାକୂଳ ପରିବେଶ ପୁଣି ସ୍ତବ୍ଧ ସାରା ଦେଶ। ଛତିଶଗଡ଼ର ସୁକମାରେ ମାଓ ହମଲାରେ ୨୫ ଜଣ ସହିଦ ହେବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରୀୟ ପ୍ରକାଶ ପାଇଛି। ସେପଟେ ସ୍ଥିତି ସମୀକ୍ଷା ପାଇଁ ରାଜନାଥ ସିଂ ରାୟପୁର ଯାଇଥିଲା ବେଳେ ମାଓବାଦୀଙ୍କ ଏହା କୋଲଡ୍‌ ବ୍ଲଡେଡ ମର୍ଡ଼ର ବୋଲି କହିଛନ୍ତି। ମାଓ ହମଲାରେ ସହିଦ ହୋଇଥିବା ସମସ୍ତ ଯବାନମାନ ୭୪ ନମ୍ବର ବାଟାଲିୟନର।  ଏହି ଯବାନଙ୍କ ଘର ପଞ୍ଜାବ, ପଞ୍ଚମବଙ୍ଗ, ରାଜସ୍ଥାନ, ବିହାର, ତାମିଲନାଡ଼ୁ, ହରିୟାଣା ଏବଂ  ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos