ସୁକମା ମାଓ ହମଲା: ରାୟପୁରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ଗତକାଲି ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନଙ୍କର ମୃତ୍ୟୁ ଘଟିଛି।  ସ୍ଥିତି ସମୀକ୍ଷା ପାଇଁ  କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାୟପୁରରେ ପହଞ୍ଚିଛନ୍ତି। ସେହିପରି ସିଆରପିଏଫ୍‌ ଡିଜି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହାକୁ ଭୀରୁତାର ପରିଚୟ ବୋଲି କହିବା ସହ ଯବାନଙ୍କ […]

mmm

mmm

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 06:16 PM IST

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ଗତକାଲି ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନଙ୍କର ମୃତ୍ୟୁ ଘଟିଛି।  ସ୍ଥିତି ସମୀକ୍ଷା ପାଇଁ  କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାୟପୁରରେ ପହଞ୍ଚିଛନ୍ତି। ସେହିପରି ସିଆରପିଏଫ୍‌ ଡିଜି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହାକୁ ଭୀରୁତାର ପରିଚୟ ବୋଲି କହିବା ସହ ଯବାନଙ୍କ ପ୍ରାଣବଳୀ ବେକାର ଯିବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତକାଲି ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ଆହତ ଯବାନମାନଙ୍କର ରାୟପୁରର ରାମକୃଷ୍ଣ ହସପିଟାଲରେ ଚିକିତ୍ସା ଚାଲିଛି। ମୃତାହତ ସମସ୍ତ ଯବାନ ସିଆରଫିଏଫ-୭୪ ବାଟାଲିୟନର। ଆକ୍ରମଣ ପରେ ଯବାନଙ୍କଠାରୁ ସମସ୍ତ ଅସ୍ତ୍ରଶସ୍ତ୍ର ମାଓବାଦୀ ଲୁଟି ନେଇଥିଲେ। ରାସ୍ତା ସଫା ପାଇଁ ଜଙ୍ଗଲ ଭିତରକୁ ପ୍ରାୟ ୪୨ଜଣ  ଯବାନ ଯାଇଥିଲେ। ଏହି ସମୟରେ ପ୍ରାୟ ୩୦୦ରୁ ଅଧିକ ମାଓବାଦୀ ଆମ୍ବସ୍‌ ଲଗାଇ ବସି ରହିଥିଲେ ମଧ୍ୟ ଯବାନମାନେ ଏହା ଜାଣିପାରି ନ ଥିଲେ। ସୁଯୋଗ ଦେଖି ମାଓବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos