୧୨ରେ ବଲାଙ୍ଗିରରେ ପାଳିତ ହେବ ଶୁଲିଆ ଯାତ୍ରା

ବଲାଙ୍ଗିର: ଆସନ୍ତା ୧୨ ତାରିଖରେ ବଲାଙ୍ଗିରରେ ଶୁଲିଆ ଯାତ୍ରା ପାଳିତ ହେବ। ଧର୍ମୀୟ ଭାବନା ଓ ପରମ୍ପରାରେ ବଳି ପ୍ରଥା ବାରଣ ନେଇ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ସେପଟେ ବଳି ପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଶୁଳିଆ ସଂସ୍କାର ମଞ୍ଚ ଓ ପ୍ରଶାସନ ଅଣ୍ଟା ଭିଡ଼ିଛି।