ମଙ୍ଗଳବାର ଶୁଲିଆ ଯାତ୍ର: ବଲାଙ୍ଗିରର ଆଦିବାସୀ ଇଲାକା ଚଳଚଞ୍ଚଳ, ବଳି ବନ୍ଦ କରିବାକୁ ମୁଖ୍ୟ ପୂଜକଙ୍କ ନିବେଦନ

ବଲାଙ୍ଗିର: ଆସନ୍ତା ମଙ୍ଗଳବାର ବଲାଙ୍ଗିରରେ ପାଳନ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ତାକୁ ନେଇ ଚଳଚଞ୍ଚଳ ହୋଇଛି ଜିଲ୍ଳାର ଆଦିବାସୀ ଇଲାକା। ଏଥର ଅଧିକ ଉତ୍ସାହିତ ଅଛନ୍ତି ଆଦିବାସୀ। କାରଣ ବଳି ନେଇ ସେମାନଙ୍କ ସପକ୍ଷରେ ଆସିଛି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ। ତେବେ ପୂର୍ବରୁ ପଶୁବଳିକୁ ନେଇ ଦାୟର ମାମଲା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଆଦିବାସୀ। ଅନ୍ୟପକ୍ଷରେ ଶୁଲିଆ ଯାତ୍ରାର ମୁଖ୍ୟ ପୂଜକ ୟୁ-ଟର୍ଣ୍ଣ ନେଇଛନ୍ତି ଏବଂ ବଳି ବନ୍ଦ କରିବା ପାଇଁ ଜିଲ୍ଲା […]

sulia

sulia

Rakesh Mallick
  • Published: Sunday, 10 January 2016
  • Updated: 10 January 2016, 03:22 PM IST

Sports

Latest News

ବଲାଙ୍ଗିର: ଆସନ୍ତା ମଙ୍ଗଳବାର ବଲାଙ୍ଗିରରେ ପାଳନ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ତାକୁ ନେଇ ଚଳଚଞ୍ଚଳ ହୋଇଛି ଜିଲ୍ଳାର ଆଦିବାସୀ ଇଲାକା। ଏଥର ଅଧିକ ଉତ୍ସାହିତ ଅଛନ୍ତି ଆଦିବାସୀ। କାରଣ ବଳି ନେଇ ସେମାନଙ୍କ ସପକ୍ଷରେ ଆସିଛି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ। ତେବେ ପୂର୍ବରୁ ପଶୁବଳିକୁ ନେଇ ଦାୟର ମାମଲା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଆଦିବାସୀ। ଅନ୍ୟପକ୍ଷରେ ଶୁଲିଆ ଯାତ୍ରାର ମୁଖ୍ୟ ପୂଜକ ୟୁ-ଟର୍ଣ୍ଣ ନେଇଛନ୍ତି ଏବଂ ବଳି ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଶୁଲିଆ ଯାତ୍ରା ପାଇଁ ହେଉଛି ଘନ ଘନ ବୈଠକ। ଶନିବାର ଖଇରଗୁଡ଼ାରେ ଆୟୋଜିତ ଆଦିବାସୀଙ୍କ ବୈଠକରେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର। ପୂର୍ବରୁ ପଶୁବଳିକୁ ନେଇ ପ୍ରଶାସନର କଟକଣା ଅବମାନନା ଅଭିଯୋଗରେ ଆଦିବାସୀଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ପରେ ମାମଲା ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଆଦିବାସୀ। ଆଉ ଏହାକୁ ଦୃଢ଼ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର।  ସେ କହିଛନ୍ତି, ଆଦିବାସୀ ସଂପ୍ରଦାୟର ପରଂପରା ଉପରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଆଦିବାସୀଙ୍କ ବିରୋଧରେ ଯାହା ବି କେସ୍ ହୋଇଛି, ସେଗୁଡ଼ିକୁ ପ୍ରତ୍ୟାହାର କରି ନେବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିବୁ।

ବିଗତ ଦିନରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି ଉପରେ, ଏସ୍.ପିଙ୍କ ମତାମତ ମିଳିନଥିଲେ ବି ଜିଲ୍ଳାପାଳ ଏମ୍. ମୁଥୁକୁମାର କହିଛନ୍ତି ଯେ ଏସପିଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ।

ଅନ୍ୟପକ୍ଷରେ ଅନ୍ୟପକ୍ଷରେ ଶୁଲିଆ ଯାତ୍ରାର ମୁଖ୍ୟ ପୂଜକ ବିରଞ୍ଚି କୁଅଁର କହିଛନ୍ତି ଯେ ଚଳିତ ବର୍ଷ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ବେଳେ ବଳି ବନ୍ଦ କରିବା ପାଇଁ ସେ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos