ବିନା ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ରେ ହୋଇଛି ‘ସମ୍‌’ର ଲାଇସେନ୍ସ ନବୀକରଣ

sum6ଭୁବନେଶ୍ୱର: ବିନା ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ରେ ଲାଇସେନ୍ସ ନବୀକରଣ କରିଛନ୍ତି ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ। ତାହା ପୁଣି ସରକାର ନିୟମ କାର୍ଯ୍ୟକାରୀ କରିବାର ଦୁଇ ମାସ ପରେ। ‘ଓଟିଭି’ ହାତରେ ଲାଗିଛି ଏହାର ପ୍ରମାଣ।

୨୦୧୬ ମସିହା ମେ’ ମାସ ୬ ତାରିଖ। ସରକାର ନିଷ୍ପତ୍ତି ନେଲେ ଫାୟାର ସେଫ୍‌ଟି ସାର୍ଟିଫିକେଟ୍ ନ ଥିଲେ କୌଣସି ଘରୋଇ ହସ୍‌ପିଟାଲ୍‌କୁ ନବୀକରଣ ଲାଇସେନ୍ସ ମିଳିବନି। ମାତ୍ର ଏହାର ଦୁଇ ମାସ ପରେ ସମ୍ ହସ୍‌ପିଟାଲ୍ ପାଇଁ ନିଷ୍ପତ୍ତିର ଉଲ୍ଲଂଘନ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ୨୦୧୬ ମସିହା ଜୁଲାଇ ୭ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ନବୀକରଣ ସାର୍ଟିଫିକେଟ୍‌ ମିଳିଥିଲା ‘ସମ୍‌’କୁ। ଏଠି ପ୍ରଶ୍ନ ଉଠୁଛି ଫାୟାର ସେଫ୍‌ଟି ସାର୍ଟିଫିକେଟ୍ ନ ଥିବା ବେଳେ ସମ୍ ହସ୍‌ପିଟାଲ୍‌ର ଲାଇସେନ୍ସ ନବୀକରଣ ହେଲା କିଭଳି?