ଭୁବନେଶ୍ୱର: ସମ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ଭୁବନେଶ୍ୱରରେ ଚାଲିଥିବା ସାକ୍ଷ୍ୟଗ୍ରହଣର ଆଜି ଦ୍ୱିତୀୟ ଦିନ। କେନ୍ଦ୍ରାଞ୍ଚଳ ଆରଡିସି ଏ.ବି ଓତାଙ୍କ ନିକଟରେ ଆଜି ହାଜର ହୋଇ ପକ୍ଷ ରଖିଛନ୍ତି ଅଗ୍ନିଶମ ବିଭାଗର ଚିପ୍ ଫାୟାର ଅଫିସର ସୁକାନ୍ତ କୁମାର ସେଠ୍,ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରଙ୍କ ୫ ଅଧିକାରୀ।
ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ, ସିଡିଏମଓ, ଏଡିଏମ୍ଓ , ଡିଏମଇଟି ଓ ଆଡିସନାଲ ଡିଏମଇଟି ଓ ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ୮ ଜଣ ସଦସ୍ୟ ସାକ୍ଷ୍ୟ ଦେଇଥିଲେ। ଭୁବନେଶ୍ୱରରେ ମାମଲାର ସାକ୍ଷ୍ୟ ଦେବାକୁ ୩୫ ଜଣଙ୍କୁ ନୋଟିସ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।