ଗରମରୁ ତ୍ରାହି: ଖରାଦିନେ ହେବନି ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର: ଚଳିତବର୍ଷ ଖରାଦିନେ ବିଜୁଳିକାଟ୍‌ କରାଯିବନି। ଚଳିତବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ଯୋଗୁଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଜୁଳି କାଟ୍‌ ହେବ ନାହିଁ। ବିଧାନସଭାରେ ବିଧାୟକ ଦେବାଶିଷ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହା କହିଛନ୍ତି।

ବିଜୁଳି କାଟ୍‌ ନ କରି  ବିଭିନ୍ନ ସୂତ୍ରରୁ ଆବଶ୍ୟକ ବିଜୁଳି ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ଗ୍ରୀଡ୍‌କୋ ପାୱାର ବ୍ୟାଙ୍କିଂ ଜରିଆରେ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚରେ ଅନ୍ୟ ରାଜ୍ୟକୁ ବିଜୁଳି ଦେଇ  ଏପ୍ରିଲ,ମେ ଓ ଜୁନ୍‌ରେ ଶହେ ମେଗାୱାଟ୍‌ ବିଜୁଳି ଅଣାଯିବାକୁ ଯୋଜନା ହୋଇଛି।

ଚଳିତବର୍ଷ ବିଦ୍ୟୁତ ଶୁଳ୍କ ସଂପର୍କିତ ପ୍ରଶ୍ନରେ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି।