ବଢ଼ିଲା ଖରା ଛୁଟି: କେବେ ସ୍କୁଲ ଖୋଲିବ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ଖରାଛୁଟି। ଜୁନ୍ ୧୮ ବଦଳରେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ।  ପ୍ରବଳ ଖରାକୁ ଦେଖି ଛୁଟି ଆଉ ୩ ଦିନ ବୃଦ୍ଧି କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପୂର୍ବରୁ ଜୁନ୍‌ ୧୭ ଯାଏଁ ଖରାଛୁଟି ଘୋଷଣା ହୋଇଥିଲା। ଆସନ୍ତା ସୋମବାର ଦିନ ସ୍କୁଲ ଖୋଲିବାର ଥିଲା।  ତେବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଗୁରୁବାର ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି  ଘୁଞ୍ଚାଇ ଦିଆଯାଇଛି।