ସୂର୍ଯ୍ୟ ମନ୍ଦିର ସ୍ଥିତି ସମୀକ୍ଷା କଲେ ପ୍ରତ୍ନତତ୍ତ୍ୱ ମହାନିର୍ଦ୍ଦେଶକ

କୋଣାର୍କ: ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ଡ. ରାକେଶ ଶ୍ରୀବାସ୍ତବ କୋଣାର୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ଦିରକୁ ଯାଇ ସେ ରାସାୟନିକ ପ୍ରଲେପ କାର୍ଯ୍ୟ ଓ ମନ୍ଦିର ଗର୍ତ୍ତରେ ଖୋଦିତ ମୂର୍ତ୍ତି ସ୍ଥିତି ପରଖିଛନ୍ତି। ସୂର୍ଯ୍ୟମନ୍ଦିରେ ଚାଲିଥିବା ରାସାୟନିକ ପ୍ରଲେପ କାର୍ଯ୍ୟ ସମାପ୍ତ ହେଲେ ମନ୍ଦିର ଚତୁଃପାର୍ଶ୍ୱରୁ ଲୁହା ପାଇପ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ମନ୍ଦିର ସମ୍ମୁଖରେ ହୋଇଥିବା ଜବରଦଖଲ ଅଞ୍ଚଳ ମଧ୍ୟ ସେ ବୁଲି ଦେଖିଥିଲେ। […]

konark

konark

Rakesh Mallick
  • Published: Monday, 08 February 2016
  • Updated: 08 February 2016, 07:40 AM IST

Sports

Latest News

କୋଣାର୍କ: ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ଡ. ରାକେଶ ଶ୍ରୀବାସ୍ତବ କୋଣାର୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ଦିରକୁ ଯାଇ ସେ ରାସାୟନିକ ପ୍ରଲେପ କାର୍ଯ୍ୟ ଓ ମନ୍ଦିର ଗର୍ତ୍ତରେ ଖୋଦିତ ମୂର୍ତ୍ତି ସ୍ଥିତି ପରଖିଛନ୍ତି। ସୂର୍ଯ୍ୟମନ୍ଦିରେ ଚାଲିଥିବା ରାସାୟନିକ ପ୍ରଲେପ କାର୍ଯ୍ୟ ସମାପ୍ତ ହେଲେ ମନ୍ଦିର ଚତୁଃପାର୍ଶ୍ୱରୁ ଲୁହା ପାଇପ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ମନ୍ଦିର ସମ୍ମୁଖରେ ହୋଇଥିବା ଜବରଦଖଲ ଅଞ୍ଚଳ ମଧ୍ୟ ସେ ବୁଲି ଦେଖିଥିଲେ। ତାଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ିଶା ସୁପରିଟେଣ୍ଡଣ୍ଟ ଜୀବନ ପଟ୍ଟନାୟକ ଓ ସ୍ଥାନୀୟ ପ୍ରତ୍ନତତ୍ତ୍ୱ ଅଧିକାରୀମାନଙ୍କ ସହ ଏକ ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ।

ମହାନିର୍ଦ୍ଦେଶକ ଡ. ଶ୍ରୀବାସ୍ତବ କହିଛନ୍ତି, ସୂର୍ଯ୍ୟମନ୍ଦିରରେ ରାସାୟନିକ ପ୍ରଲେପ ଲଗାଯାଇ କାର୍ଯ୍ୟ କରାଯାଉଛି। କାମ ସରିଲେ ଏହି ପ୍ରଲେପଗୁଡିକ ବାହାର କରିଦିଆଯିବ। ମନ୍ଦିରରେ ଭାଙ୍ଗି  ଯାଇଥିବା ସ୍ଥାନଗୁଡିକୁ ନୂଆ ପଥର ଲଗାଯାଇ କାମ କରାଯାଉଛି। ପ୍ରତିବର୍ଷ ପୁରୀ ଓ କୋଣାର୍କ ମନ୍ଦିରରେ ସଂରକ୍ଷଣ  କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos