ସୁନ୍ଦରଗଡ: ରେଞ୍ଜଡା ସାଇଡିଂରେ ଶ୍ରମିକ ଗୋଷ୍ଠୀ ସଂଘର୍ଷ ଘଟଣା, ଟ୍ରେନରେ ଲୋଡିଂ ବନ୍ଦ

ସୁନ୍ଦରଗଡ: କେ.ବଲାଙ୍ଗ ଥାନା ରେଞ୍ଜଡା ସାଇଡିଂକୁ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ବିବାଦୀୟ ପରିସ୍ଥିତି ଲାଗି ରହିଛି। ବିଏମ୍ଏସ୍ ଓ ସିପିଆଇଏମ୍ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏକାଧିକ ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଏ ନେଇ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ବି ବିବାଦର ସମାଧାନ ହୋଇପାରିନି। ଏପଟେ ଟ୍ରେନ ଠିଆ ହୋଇ ରହିଥିଲେ ମଧ୍ୟ ଲୋଡିଂ ହୋଇପାରୁନି। […]

sundargarh

sundargarh

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 06:35 AM IST

Sports

Latest News

ସୁନ୍ଦରଗଡ: କେ.ବଲାଙ୍ଗ ଥାନା ରେଞ୍ଜଡା ସାଇଡିଂକୁ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ବିବାଦୀୟ ପରିସ୍ଥିତି ଲାଗି ରହିଛି। ବିଏମ୍ଏସ୍ ଓ ସିପିଆଇଏମ୍ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏକାଧିକ ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଏ ନେଇ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ବି ବିବାଦର ସମାଧାନ ହୋଇପାରିନି। ଏପଟେ ଟ୍ରେନ ଠିଆ ହୋଇ ରହିଥିଲେ ମଧ୍ୟ ଲୋଡିଂ ହୋଇପାରୁନି। ଶନିବାର ରାତିରେ ବିଏମସ ଓ ସିପିଆଇଏମ ମୁହାଁମୁହିଁ ହୋଇଥିଲେ। କିଛିଦିନ ତଳେ ରେଞ୍ଜଡା ଅଞ୍ଚଳରେ ମାଟିତଳେ ଲୁହାପଥର ଲୁଚାଇ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ତଦନ୍ତ ମଧ୍ୟ ହୋଇଥିଲା। ପରେ ଘଟଣାକୁ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos