ଦିଲ୍ଲୀରେ ବିକ୍ରି ହୋଇଥିବା ଜଣେ ଯୁବତୀଙ୍କ ସହ ୬ ଉଦ୍ଧାର

ସୁନ୍ଦରଗଡ଼: ୪ ବର୍ଷ ହେବ ବିକ୍ରି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ କରାଡେଗା ଅଞ୍ଚଳର ଜଣେ ଯୁବତୀଙ୍କୁ ଦିଲ୍ଲୀରୁ ଉଦ୍ଧାର କରାଯାଇଛି। ଏହାସହ  ଦିଲ୍ଲୀରେ ଫସିଥିବା ସୁନ୍ଦରଗଡର ଅନ୍ୟ ୩ ନାବାଳିକା ଓ ୩ଜଣ ଯୁବକଙ୍କୁ ସୁନ୍ଦରଗଡ଼ ପୋଲିସ ଉଦ୍ଧାର କରିଛି। କରାଡେଗାର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦଲାଲ, ଦିଲ୍ଲୀରେ ୪୦ହଜାର ଟଙ୍କାର ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା। ସେଠାରୁ ନିଜକୁ ଉଦ୍ଧାର କରିବା ପାଇଁ ଯୁବତୀ ଜଣକ ଗୁହାରି କରୁଥିବା […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 01:06 PM IST

Sports

Latest News

ସୁନ୍ଦରଗଡ଼: ୪ ବର୍ଷ ହେବ ବିକ୍ରି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ କରାଡେଗା ଅଞ୍ଚଳର ଜଣେ ଯୁବତୀଙ୍କୁ ଦିଲ୍ଲୀରୁ ଉଦ୍ଧାର କରାଯାଇଛି। ଏହାସହ  ଦିଲ୍ଲୀରେ ଫସିଥିବା ସୁନ୍ଦରଗଡର ଅନ୍ୟ ୩ ନାବାଳିକା ଓ ୩ଜଣ ଯୁବକଙ୍କୁ ସୁନ୍ଦରଗଡ଼ ପୋଲିସ ଉଦ୍ଧାର କରିଛି।

କରାଡେଗାର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦଲାଲ, ଦିଲ୍ଲୀରେ ୪୦ହଜାର ଟଙ୍କାର ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା। ସେଠାରୁ ନିଜକୁ ଉଦ୍ଧାର କରିବା ପାଇଁ ଯୁବତୀ ଜଣକ ଗୁହାରି କରୁଥିବା ଓଟିଭରେ ଗତ ୨୦ତାରିଖରେ ଖବର ପ୍ରସାରଣ ହୋଇଥିଲା।  ଏହା ପରେ ସୁନ୍ଦରଗଡ଼ ଏସପି ପିନାକ ମିଶ୍ର ଏକ ଟିମ୍ ଗଠନ କରି ଦିଲ୍ଲୀ ପଠାଇଥିଲେ। ଏହି ଟିମ୍‌ ଦିଲ୍ଲୀରେ ୧୨ଦିନର ରହିବା  ପରେ ଯୁବତୀଙ୍କ ସହ ଅନ୍ୟମାନଙ୍କୁ ଉଦ୍ଧାର କରି ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ଏମାନଙ୍କୁ ଆଜି ସିଡବ୍ଲ୍ୟୁସି ନିକଟରେ ହାଜର କରାଯିବ।  କାଉନସେଲିଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos