ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ପାଇଁ ଏମିତି ଦଣ୍ଡ ଦେଲେ କୋର୍ଟ

ରାଉରକେଲା (ଓଡ଼ିଶା ରିପୋର୍ଟର): ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ଗଣବଳାତ୍କାର କରାଯାଇଥିଲା। ବର୍ଷେ ତଳେ ସୁନ୍ଦରଗଡ଼ ଜିଲ୍ଲା ପୀତାମହଲ ଡ୍ୟାମ ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷକାରୀ ଘଟଣା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀନିବାସ ପ୍ରତିହାରୀ ମାମଲାକୁ ବିଚାର କରି ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ବିରଞ୍ଚି ମାଝୀ, ସନ୍ତୋଷ ସେଠ, ପ୍ରକାଶ ଲାକ୍ର, ସରେଶ ଡୁଙ୍ଗ ଡୁଙ୍ଗ ଓ କାଳିଆ ଓରାମଙ୍କୁ ୨୦ […]

jail copy

jail copy

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 05:00 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ଗଣବଳାତ୍କାର କରାଯାଇଥିଲା। ବର୍ଷେ ତଳେ ସୁନ୍ଦରଗଡ଼ ଜିଲ୍ଲା ପୀତାମହଲ ଡ୍ୟାମ ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷକାରୀ ଘଟଣା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀନିବାସ ପ୍ରତିହାରୀ ମାମଲାକୁ ବିଚାର କରି ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ବିରଞ୍ଚି ମାଝୀ, ସନ୍ତୋଷ ସେଠ, ପ୍ରକାଶ ଲାକ୍ର, ସରେଶ ଡୁଙ୍ଗ ଡୁଙ୍ଗ ଓ କାଳିଆ ଓରାମଙ୍କୁ ୨୦ ବର୍ଷ ଲେଖାଏଁ ଜଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଜ ତାଙ୍କ ରାୟରେ ଶୁଣାଇଛନ୍ତି।

୨୦୧୬ ନଭେମ୍ୱର ୧୬ ରେ ବୀରମିତ୍ରପୁର ଅଞ୍ଚଳର ଏକ ଦମ୍ପତି ପୀତାମହଲ ଡ୍ୟାମ ବୁଲିବାକୁ ଯାଉଥିଲେ। ତେବେ ଡ୍ୟାମ ପୂର୍ବରୁ ରାସ୍ତାର କିଛି ଯୁବକଙ୍କୁ ମାଛ କେଉଁଠୁ ମିଳିବ ବୋଲି ପଚାରିଥିଲେ। ମାତ୍ର ଯୁବକମାନେ ଭୁଲ ରାସ୍ତା ବତାଇ ଦେଇଥିଲେ। ସ୍ୱାମୀ-ସ୍ତ୍ରୀ ସେହି ରାସ୍ତାରେ ଯାଉଥିବା ବେଳେ ନିଛାଟିଆ ରାସ୍ତା ଦେଖି ୫ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ପ୍ରଥମେ ଯୁବକମାନେ ସ୍ୱାମୀକୁ କାବୁ କରିନେଇଥିଲେ। ପରେ ସ୍ତ୍ରୀକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରିଥିଲେ। ଏକଥା କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ। ଗଲାବେଳେ ୩ଟି ମୋବାଇଲ ଫୋନ୍‌ ଓ ୨୦୦୦ ଟଙ୍କା ଛଡ଼ାଇ ନେଇ ଯାଇଥିଲେ। ଏଥିରେ ଭୟଭୀତ ହୋଇଯାଇଥିଲେ ସ୍ୱାମୀ-ସ୍ତ୍ରୀ। ତା’ପର ଦିନ ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାକୁ ବିଚାର କରି ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହିତ ଅର୍ଥ ଦଣ୍ଡାଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos