ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ବାପା ମା’ ମୃତ, ୨ପିଲା ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ର ୧୦ ନମ୍ବର ରାଜ୍ୟ ରାଜପଥର ବୁଡ଼ାକଟା ଛକରେ ଏକ ବାଇକ୍‌କୁ ଟ୍ରଲର ଧକ୍କା ଦେବା ଫଳରେ ବାପାମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ପିଲା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।

ବାପାମା’ ବାଇକରେ ୨ ପିଲାଙ୍କୁ ଧରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।