ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ, ୨ ଗୁରୁତର

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ଶେଷ କଲୋନୀରେ ଘଟିଥିବା ଏକ ଆକସ୍ମିକ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଥିବାର ଜଣାପଡ଼ିଛି। ଝାରଖଣ୍ଡ ଅଞ୍ଚଳରୁ JH20E-2095 ନଂ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ପୌରାଞ୍ଚଳରେ ବସୁଥିବା ସାପ୍ତାହିକ ହାଟକୁ ଆସିଥିଲେ।

ବଜାର ସାରି ଘରକୁ ଫେରୁଥିବା ବେଳେ ଶେଷ କଲୋନୀ ଛକରେ ଭାରସାମ୍ୟ ହରାଇ OD14W-1251 ନଂ ପିକଅପ୍ ଭ୍ୟାନରେ ବାଡ଼େଇ ହେବା ଯୋଗୁଁ ବାଇକ୍ ଆରୋହୀ ଦ୍ୱୟ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଖବର ପାଇ ବୀରମିତ୍ରପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଦ୍ୱୟଙ୍କୁ ଆରଜିଏଚ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ଭ୍ୟାନକୁ ଜବତ କରିଥିଲେ।

ଗୁରୁତର ହୋଇଥିବା ଯୁବକ ଦ୍ୱୟ ଜୁନାସ ବାର୍ଲା ( ୨୫) ଓ ତିଲେସ୍ୱର ବାର୍ଲା ( ୨୮) ଝାରଖଣ୍ଡ ସିମଡେଗା ଜିଲ୍ଲାର କେରିଆ କୁଡପାନି ଗ୍ରାମର ବାସିନ୍ଦା ବୋଲି ଜଣା ପଡିଛି । ଏହି ଦୁର୍ଘଟଣା ବିଷୟରେ ଗୁରୁତର ଯୁବକ ଦ୍ୱୟଙ୍କ ପରିବାର ଲୋକଙ୍କୁ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।