ପିଡିଏସ୍‌ ଚାଉଳ ନେଇ ଫେରୁଥିଲେ, ବାଟରେ ଟଳି ପଡ଼ିଲେ

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ନେଇ ଘରକୁ ଫେରୁଥିଲେ। ଅଧା ବାଟରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କୀ ପଞ୍ଚାୟତର  ମୁଡକାନି ଗାଁର। ମୃତକ ହେଲେ ବଳରାମ ସଗରିଆ। ତାଙ୍କ ଘର ମୁଡକାନି ଗାଁରେ। ବଳରାମଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଆଜି ବଳରାମ ସାଇକେଲରେ ପିଡିଏସ୍‌ ଚାଉଳ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଚାରପାଣି ଗାଁ ନିକଟରେ  ସେ […]

deadbody

deadbody

Tapaswini Nayak
  • Published: Saturday, 30 April 2022
  • Updated: 30 April 2022, 01:44 PM IST

Sports

Latest News

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ନେଇ ଘରକୁ ଫେରୁଥିଲେ। ଅଧା ବାଟରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କୀ ପଞ୍ଚାୟତର  ମୁଡକାନି ଗାଁର। ମୃତକ ହେଲେ ବଳରାମ ସଗରିଆ। ତାଙ୍କ ଘର ମୁଡକାନି ଗାଁରେ। ବଳରାମଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆଜି ବଳରାମ ସାଇକେଲରେ ପିଡିଏସ୍‌ ଚାଉଳ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଚାରପାଣି ଗାଁ ନିକଟରେ  ସେ ତଳେ ପଡ଼ି ଯାଇଥିଲେ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିତଲା। ବଳରାମଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।

ବଲାଙ୍ଗୀର ସିଡିଏମଓ କହିଛନ୍ତି, ଅଂଶୁଘାତ ନେଇ କୌଣସି ଅଭିଯୋଗ ଆସି ନାହିଁ।  ଅଭିଯୋଗ ହେଲେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତଦନ୍ତ କରାଯାଇ ସହାୟତା ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos