ସୁପ୍ରିମକୋର୍ଟରୁ ପୋଲିସ ଡିଜି କେ.ବି. ସିଂଙ୍କୁ ଆଶ୍ୱସ୍ତି

କଟକ: ପୋଲିସ ଡିଜି କେ.ବି. ସିଂଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ତାଙ୍କ ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଥିଲା।