ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ପରୀକ୍ଷଣ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ ହୋଇଛି।  ବ୍ରହ୍ମୋସ ହେଉଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ । ଆଜି ପୂର୍ବାହ୍ନ ୧୦ଟା ୨୭ରେ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।  ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ତିଆରି ହୋଇଛି ମିଜାଇଲ୍ ବ୍ରହ୍ମୋସ । ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।