ଅନ୍ଧବିଶ୍ୱାସରେ ବିଜେଡି: ‘୯’ ଶୁଭ ନା ଅଶୁଭ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କ ଅପେକ୍ଷା ଜ୍ୟୋତିଷ ଶାସ୍ତ୍ର ଓ ଦେବାଦେବୀଙ୍କ ଉପରେ ଅଧିକ ଭରସା କରିଛି। ପୁଣିଥରେ କ୍ଷମତାକୁ ଫେରିବା ପାଇଁ ବିଜେଡି ଚଳିତଥର ‘୯’ ଅଙ୍କକୁ ନିଜର ‘ଲକି’ ନିର୍ବାଚନୀ ନମ୍ବର କରିଛି। ଆଉ ଏହି ‘୯’ ଅଙ୍କକୁ ସାହାରା କରି ବିଜେଡି ନେତୃତ୍ୱ ପୁଣିଥରେ ନିର୍ବାଚନୀ ସଫଳତା ପାଇବାକୁ ଆଶା ରଖିଥିବା ଜଣାପଡ଼ିଛି। ତେବେ ଚଳିତ […]

tr

tr

Hemant Lenka
  • Published: Monday, 01 April 2019
  • Updated: 01 April 2019, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କ ଅପେକ୍ଷା ଜ୍ୟୋତିଷ ଶାସ୍ତ୍ର ଓ ଦେବାଦେବୀଙ୍କ ଉପରେ ଅଧିକ ଭରସା କରିଛି। ପୁଣିଥରେ କ୍ଷମତାକୁ ଫେରିବା ପାଇଁ ବିଜେଡି ଚଳିତଥର ‘୯’ ଅଙ୍କକୁ ନିଜର ‘ଲକି’ ନିର୍ବାଚନୀ ନମ୍ବର କରିଛି। ଆଉ ଏହି ‘୯’ ଅଙ୍କକୁ ସାହାରା କରି ବିଜେଡି ନେତୃତ୍ୱ ପୁଣିଥରେ ନିର୍ବାଚନୀ ସଫଳତା ପାଇବାକୁ ଆଶା ରଖିଥିବା ଜଣାପଡ଼ିଛି।

ତେବେ ଚଳିତ ନିର୍ବାଚନ ପାଇଁ ବିଜେଡିର ସମସ୍ତ କାର୍ଯ୍ୟକ୍ରମକୁ ଅତି ଭଲ ଭାବେ ବିଶ୍ଲେଷଣ କଲେ ‘୯’ ଅଙ୍କ ସହ ଦଳୀୟ ପ୍ରାର୍ଥୀ ଘୋଷଣାର ସାମଞ୍ଜସ୍ୟ ସ୍ପଷ୍ଟ ପ୍ରତୀୟମାନ ହେଉଛି। ‘୯’ ସହ ଯୋଗ-ବିଯୋଗ ଅବା ଗୁଣନର ଛକିଶୂନ୍ ଖେଳ ଖେଳି ବିଜେଡି ନିଜର ରାଜନୀତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିଥିବା ଅନୁମାନ କରାଯାଉଛି।

ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ମାର୍ଚ୍ଚ ୧୮ ତାରିଖ (୧+୮=୯) ରେ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏହି ଦିନ ୯ଟି ଲୋକସଭା ଓ ୫୪ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଲା। ଅର୍ଥାତ୍ ‘୯’ ଅଙ୍କ ସହ ଲୋକସଭା ପ୍ରାର୍ଥୀ (୯x୧=୯) ଓ ବିଧାନସଭା ପ୍ରାର୍ଥୀ (୯x୬=୫୪)ଙ୍କ ନାମ ତାଲିକା ଜାରି ହୋଇଥିଲା।
ସେହିପରି ମାର୍ଚ୍ଚ ୨୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେଲା ଓ ୯ଜଣ ପ୍ରାର୍ଥୀଙ୍କ ନାଁ ଦଳ ଜାରି କଲା । ମାର୍ଚ୍ଚ ୨୭ ତାରିଖରେ ୩୬ଜଣ(୯x୪=୩୬) ପ୍ରାର୍ଥୀ, ୨୯ ତାରିଖରେ ୧୮ଜଣ (୯x୨=୧୮) ପ୍ରାର୍ଥୀ, ୩୧ ତାରିଖରେ ‘୯’ ଜଣ ପ୍ରାର୍ଥୀ ଓ ଏପ୍ରିଲ ୧ ତାରିଖରେ ‘୯’ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି।

ତେଣୁ ‘୯’ ଅଙ୍କକୁ ନିଜର ଶୁଭ ବୋଲି ଅନ୍ଧବିଶ୍ୱାସ କରି ବିଜେଡି ଚଳିତ ନିର୍ବାଚନୀ ବୈତରଣୀ ପାର ହେବାର ଯେଉଁ ସ୍ୱପ୍ନ ଦେଖିଛି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos