ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ, ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇପାରିବେ ନାହିଁ

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ସର୍ତ୍ତ ଅନୁସାରେ, ଚିଲିକା ବିଧାୟକ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ। ନିର୍ବାଚନ ମଣ୍ଡଳୀକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବା ତାଙ୍କ ପାଇଁ ଜରୁରୀ। ଏହା ସହ ବିଧାୟକ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। […]

Prasant

Prasant

Tapaswini Nayak
  • Published: Monday, 25 July 2022
  • Updated: 25 July 2022, 02:52 PM IST

Sports

Latest News

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

ସର୍ତ୍ତ ଅନୁସାରେ, ଚିଲିକା ବିଧାୟକ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ। ନିର୍ବାଚନ ମଣ୍ଡଳୀକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବା ତାଙ୍କ ପାଇଁ ଜରୁରୀ। ଏହା ସହ ବିଧାୟକ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହା ପୂର୍ବରୁ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିଲା। ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ଏକ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ସହ ୨ଜଣ ଜାମିନଦାରଙ୍କ ବଦଳରେ ବିଧାୟକଙ୍କୁ ଏହି ଅନ୍ତରୀଣ ଜାମିନ ମିଳିଥିଲା ଓ ଏପ୍ରିଲ ୨୭ ତାରିଖରେ ସେ ଜେଲରୁ ମୁକୁଳିଥିଲେ।

୭ ଦିନ ଅନ୍ତରୀଣ ଜାମିନ ଅବଧି ସରିବା ପୂର୍ବରୁ ଜଗଦ୍ଦେବଙ୍କ ଓକିଲ ହାଇକୋର୍ଟଙ୍କ ନିକଟରେ ଏହାକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନକୁ କୋର୍ଟ ଗ୍ରହଣ କରି ଅନ୍ତରୀଣ ଜାମିନକୁ ଆଉ ୭ ଦିନ ବଢ଼ାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମେ’ ୧୧ ତାରିଖ ପର୍ଯ୍ୟନ୍ତ ତାରିଖ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା। ଏହି ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର କୋର୍ଟରେ ହାଜର ହୋଇଥିଲେ। ପରେ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦେଇଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ। ତା’ପରେ ଲୋକେ ତାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ସେ ଆହତ ହୋଇଥିଲେ ଓ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୨ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos