ରିଲାଏନ୍ସ ଇନ୍‌ଫ୍ରାକୁ ଝଟକା: ଓଇଆରସି ରାୟକୁ କାଏମ୍‌ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଇନ୍‌ଫ୍ରାକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ୩ଟି ବିଦ୍ୟୁତ ବିତରଣ କମ୍ପାନୀ ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ଓଇଆରସିର ରାୟକୁ କାଏମ ରଖିଛନ୍ତି କୋର୍ଟ। ୨୦୧୫ ମାର୍ଚ୍ଚ ୪ ତାରିଖରେ ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ନେସକୋ, ୱେସକୋ ଓ ସାଉଥ୍‌କୋ କମ୍ପାନୀର ଲାଇସେନ୍ସ ପ୍ରତ୍ୟାହାର କରି ନେଇଥିଲା ଓଇଆରସି। ସେହି ସ୍ଥାନରେ ଗ୍ରୀଡକୋ ସିଏମଡିଙ୍କୁ ୩ଟି କମ୍ପାନୀର ପ୍ରଶାସକ ଭାବେ ନିଯୁକ୍ତ ମିଳିଥିଲା। ବିଦ୍ୟୁତ୍ ଆଇନ […]

oerc

oerc

Rakesh Mallick
  • Published: Friday, 24 November 2017
  • Updated: 24 November 2017, 02:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଇନ୍‌ଫ୍ରାକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ୩ଟି ବିଦ୍ୟୁତ ବିତରଣ କମ୍ପାନୀ ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ଓଇଆରସିର ରାୟକୁ କାଏମ ରଖିଛନ୍ତି କୋର୍ଟ। ୨୦୧୫ ମାର୍ଚ୍ଚ ୪ ତାରିଖରେ ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ନେସକୋ, ୱେସକୋ ଓ ସାଉଥ୍‌କୋ କମ୍ପାନୀର ଲାଇସେନ୍ସ ପ୍ରତ୍ୟାହାର କରି ନେଇଥିଲା ଓଇଆରସି। ସେହି ସ୍ଥାନରେ ଗ୍ରୀଡକୋ ସିଏମଡିଙ୍କୁ ୩ଟି କମ୍ପାନୀର ପ୍ରଶାସକ ଭାବେ ନିଯୁକ୍ତ ମିଳିଥିଲା। ବିଦ୍ୟୁତ୍ ଆଇନ ୧୯ ଅନୁଯାୟୀ ଏହି ୩ଟି କମ୍ପାନୀର ପ୍ରଦର୍ଶନ ଖରାପ ଥିବାରୁ ଲାଇସେନ୍ସ ପ୍ରତ୍ୟାହାର କରି ନିଆଯାଇଥିଲା। ଓଇଆରସିକୁ ଚ୍ୟାଲେଞ୍ଜ କରି ଏହି କମ୍ପାନୀଗୁଡିକ ଇଲେଟ୍ରିସିଟି ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ହେଲେ ଓଇଆରସି ଆବେଦନକୁ କାଏମ ରଖିଥିଲେ। ଶେଷରେ ଏହି ୩ଟି କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos