ସମ୍ବଲପୁର/ ଢେଙ୍କାନାଳ: ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜିଠାରୁ ବିଜେପି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଛି। ଏହି କ୍ରମରେ ଆଜି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ତ୍ରିରଙ୍ଗା ଯାତ୍ରା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମକୁ ଯାଇ ବୀର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଜୁଏଲ ରେଙ୍ଗାଲିରୁ ଏକ ଶୋଭାଯାତ୍ରାରେ ଖିଣ୍ଡା ଗ୍ରାମକୁ ଯାଇ ସୁରେନ୍ଦ୍ର ସାଏଙ୍କ ବଂଶଧରଙ୍କୁ ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।
କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ସି.ଆର. ଚୌଧୁରୀ ଢେଙ୍କାନାଳ ଜିଲ୍ଲାରେ ତ୍ରିରଙ୍ଗା ଯାତ୍ରା କରିଥିଲେ। ଚୌଧୁରୀ ଭୁବନରେ ପହଞ୍ଚିବା ପରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ସହିତ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ବାଜି ଚୌକରୁ ଭୁବନ ନୀଳକଣ୍ଠପୁର ପର୍ଯ୍ୟନ୍ତ ଏକ ବାଇକ୍ ରାଲି କରାଯାଇଥିଲା। ଏଥିରେ ବିଜେପି ନେତା ରୁଦ୍ର ପାଣି, ବିଜେପି ଜିଲ୍ଲା ସଭାପତି ପ୍ରମୁଖ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।