ସୂର୍ଯ୍ୟ କହିଲେ- ରିପୋର୍ଟ ଦିଅ; ଦାମ କହିଲେ- ତାହା ଆମ କାମ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦିନିଆ ବର୍ଷାରେ ରାଜ୍ୟରେ ବହୁ ଚାଷ ନଷ୍ଟ ହୋଇଛି। ଏହାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କୃଷି ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି। ଯାହାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ କୃଷି ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଏପରିକି କୃଷି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗରେ […]

Surya-Dama

Surya-Dama

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦିନିଆ ବର୍ଷାରେ ରାଜ୍ୟରେ ବହୁ ଚାଷ ନଷ୍ଟ ହୋଇଛି। ଏହାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କୃଷି ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି। ଯାହାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ କୃଷି ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଏପରିକି କୃଷି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗରେ ମୁଣ୍ଡ ପୁରାଇବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ନିଜ ଶୈଳୀରେ ସୂର୍ଯ୍ୟଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ଦାମ। ସୂର୍ଯ୍ୟ ପୁରୁଣା ଲୋକ, କେମିତି ଆକଳନ ହୁଏ ସେ ଜାଣିଥିବେ ବୋଲି ଦାମ ତେର୍ଚ୍ଛେଇ ତୀର ମାରିଛନ୍ତି।

ସମବାୟମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି-“କୃଷି ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ ୨୫ ତାରିଖ ପୂର୍ବରୁ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୃଷି ବିଭାଗର ଉଚ୍ଚ ପଦସ୍ତ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ଗସ୍ତରେ ଯାଉନାହାନ୍ତି। ଏନେଇ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ କୃଷି ଅଧିକାରୀଙ୍କୁ ଭୟଙ୍କର ଭାବେ ଗାଳି ଦେଇଛି। ଆଜି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଜାଣିବାକୁ ପାଇଛି।”

କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“କ୍ଷୟକ୍ଷତି ଆକଳନ କରିବା ପାଇଁ ତହସିଲଦାର ଓ ଆରଆଇଙ୍କ ସହିତ ଯିବାକୁ କୃଷି ଅଧିକାରୀଙ୍କୁ ଚିଠି ହୋଇଥିଲା। ଏବେ କ୍ଷୟକ୍ଷତି ଆକଳନ ଚାଲିଛି। କୃଷି ବିଭାଗ କେଉଁଠି ଆକଳନ କରି ରିପୋର୍ଟ ଦିଅନ୍ତି ନାହିଁ। ଏଥିରେ ବିବାଦ ଲଗାଇଲେ ଆପଣ (ଗଣମାଧ୍ୟମ ପ୍ରତିନିଧି)ଙ୍କର ଲାଭ ହୋଇପାରେ, ମାତ୍ର ସରକାରଙ୍କର କ୍ଷତି ହେବ।”

ଅଦିନିଆ ଫସଲ ଜନିତ କ୍ଷୟକ୍ଷତିର ହିସାବ କରି ୨୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଆସିବାର ୭ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ କୃଷି ମନ୍ତ୍ରୀ କହିଥିଲେ। ତେବେ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗର କର୍ମଚାରୀ ଗାଁକୁ ନଯିବା ଖବର ପାଇ ଖପ୍ପା ହୋଇଥିଲେ ସୂର୍ଯ୍ୟ। ଗତକାଲି ଛତ୍ରପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ କୃଷି ବିଭାଗର କର୍ମଚାରୀଙ୍କୁ ତାଗିଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos