ତିନିଦିନ ତଳେ ନିଖୋଜ ଥିଲେ ଲୁଭାବତୀ; ଆଜି ମିଳିଲା ମୃତଦେହ

ପଦ୍ମପୁର (ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଟେମ୍ରିମାଲ ଗାଁ ପାଖ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଲୁଭାବତୀ ଏଣ୍ଡଜା। ତାଙ୍କ ଘର ଟେମ୍ରିମାଲ ଗାଁରେ ବୋଲି ଜଣାପଡ଼ିଛି। ଶୁକ୍ରବାର ସଂଧ୍ୟାରେ ଲୁଭାବତୀ ଶୌଚ ପାଇଁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ।  ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏନେଇ ପରିବାର ପକ୍ଷରୁ ସୋମବାର ଥାନାରେ […]

7890

7890

Tapaswini Nayak
  • Published: Tuesday, 24 December 2019
  • Updated: 24 December 2019, 04:01 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଟେମ୍ରିମାଲ ଗାଁ ପାଖ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଲୁଭାବତୀ ଏଣ୍ଡଜା। ତାଙ୍କ ଘର ଟେମ୍ରିମାଲ ଗାଁରେ ବୋଲି ଜଣାପଡ଼ିଛି।

ଶୁକ୍ରବାର ସଂଧ୍ୟାରେ ଲୁଭାବତୀ ଶୌଚ ପାଇଁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ।  ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏନେଇ ପରିବାର ପକ୍ଷରୁ ସୋମବାର ଥାନାରେ ଏତଲା ଦିଆଯାଇଥିଲା। ଆଜି ସକାଳେ ଲୁଭାବତୀ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏନେଇ ପାଇକମାଲ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି  ତଦନ୍ତ ଚଳାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos