ପାଳିତ ହେଲା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜଲେଶପଟା ଆଶ୍ରମ ଓ ଚକାପାଦ ଗୁରୁକୁଳ ଆଶ୍ରମରେ ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଜଲେଶପଟ୍ଟା ଆଶ୍ରମ ପରିସରରେ ହୋମଯଜ୍ଞ ଆୟୋଜନ ହେବା ସହ ଅନ୍ତେବାସୀମାନେ ତୁମୁଡିବନ୍ଧରେ ଶାନ୍ତି ଶୋଗାଯାତ୍ରା କରିଥିଲେ।
ଚକାପାଦ ସ୍ଥିତ ଗୁରୁକୂଳ ସଂସ୍କୃତ ଆଶ୍ରମରେ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ଏଠାରେ ନାମଯଜ୍ଞ, ସଂକୀର୍ତ୍ତନ, ହୋମ, ଜଳାଭିଷେକ ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ସୁରକ୍ଷା ଦୃଷ୍ଟିରୁ କନ୍ଧମାନ ଏସ୍ପିଙ୍କ ନେତୃତ୍ୱରେ ଦୁଇ ଜଣ ଅତିରିକ୍ତ ଅତିରିକ୍ତ ଏସ୍ପି, ୨୧ ପ୍ଲାଟୁନ୍ ଫୋର୍ସ, ଦୁଇ କମ୍ପାନୀ ସିଆରପିଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ହୋଇଥିଲେ। କଳିଙ୍ଗା, ଜି.ଉଦୟଗିରି, ଟିକାବାଲି, ଚକାପାଦକୁ ଯାଉଥିବା ଗାଡ଼ି ଗୁଡିକୁ ଯାଞ୍ଚ କରାଯାଇଥିଲା।
ଗତକାଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭା ହୋଇଛି। ଏଥିରେ ସ୍ୱାମୀଜୀଙ୍କ ଉତ୍ତରାଧିକାରୀ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀଙ୍କ ସମେତ ବହୁ ସାଧୁ ସନ୍ଥ ଓ ବିଶ୍ୱହିନ୍ଦୁ ପରିଷଦର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।