ସ୍ୱର୍ଗଦ୍ୱାର ଜମି ହଡପ୍‌ ମାମଲାର ତଦନ୍ତ ପାଇଁ ୯ ଜଣିଆ କମିଟି ଗଠିତ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ ମାମଲାର ତଦନ୍ତ ପାଇଁ ଏକ ୯ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ। ଏହି କମିଟି ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ସ୍ୱର୍ଗଦ୍ୱାର ଜମି ହଡପ୍‌ ପ୍ରସଙ୍ଗ ନେଇ ଆଜି ପୁରୀ ସର୍କିଟ ହାଉସ୍‌ରେ ବସିଥିବା ବୈଠକ ପରେ ଏହା କରିଛନ୍ତି ଆର୍‌ଡିସି ଏ.ବି. ଓତା। ସେ କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଜମି ଜାଲିଆତି ହୋଇଥିବା ଜଣାପଡ଼ୁଛି। ଏହାର ତଦନ୍ତ […]

Puri Swargadwar

Puri Swargadwar

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 05:49 PM IST

Sports

Latest News

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ ମାମଲାର ତଦନ୍ତ ପାଇଁ ଏକ ୯ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ। ଏହି କମିଟି ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ସ୍ୱର୍ଗଦ୍ୱାର ଜମି ହଡପ୍‌ ପ୍ରସଙ୍ଗ ନେଇ ଆଜି ପୁରୀ ସର୍କିଟ ହାଉସ୍‌ରେ ବସିଥିବା ବୈଠକ ପରେ ଏହା କରିଛନ୍ତି ଆର୍‌ଡିସି ଏ.ବି. ଓତା।

ସେ କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଜମି ଜାଲିଆତି ହୋଇଥିବା ଜଣାପଡ଼ୁଛି। ଏହାର ତଦନ୍ତ କରାଯିବ। ସ୍ୱର୍ଗଦ୍ୱାର ମୂଳ ୧୬ ଏକର ୪୦୦ ଡିସିମିଲ୍‌ ଜମିର ତଦନ୍ତ ହେବ। ଗଠିତ ହୋଇଥିବା କମିଟି ପ୍ଲଟ ୱାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ। ତଦନ୍ତ ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହଯୋଗ ମଧ୍ୟ ଲୋଡ଼ାଯିବ।”

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି,“ସ୍ୱର୍ଗଦ୍ୱାର ମୂଳ ଜମିର ହିସାବ ପାଇଁ ଶଙ୍କରାଚାର୍ଯ୍ୟଙ୍କଠାରୁ ଦସ୍ତବିଜ୍‌ ମଗାଯିବ। ଗୋବର୍ଦ୍ଧନ ପୀଠ ପକ୍ଷରୁ ସ୍ୱର୍ଗଦ୍ୱାର ଶ୍ମଶାନ ପାଇଁ ୧୬ ଏକର ଜାଗା ରହିଥିଲା। ସେହି ସ୍ଥାନରେ କିପରି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଲା ତାହାର ତଦନ୍ତ ଚାଲିଛି।”

ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି,“ସ୍ୱର୍ଗଦ୍ୱାର ଏକ ପବିତ୍ର ସ୍ଥଳୀ। ଏଥିସହିତ ସମସ୍ତଙ୍କର ଧାର୍ମିକ ଭାବନା ଯୋଡ଼ି ହୋଇ ରହିଛି। ଏହି ସ୍ୱର୍ଗଦ୍ୱାର ସ୍ଥାନାନ୍ତର ହେବ ନାହିଁ। ଦ୍ୱିତୀୟ ସ୍ୱର୍ଗଦ୍ୱାର ନିର୍ମାଣ କରାଯିବାର ପ୍ରଶ୍ନ ଉଠୁନାହିଁ।

ଆଜି ବସିଥିବା ବୈଠକରେ ଏସ୍‌ପି, ଏଡିଏମ୍‌, ସେଟଲମେଣ୍ଟ ଅଫିସର ପ୍ରମୁଖ ଉପସ୍ଥିତଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos