ଭୁବନେଶ୍ୱର: ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସଚେତନତା ସତ୍ତ୍ୱେ ସ୍ୱାଇନ୍ ଫ୍ଲୁ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି। ଆଜି ଭୁବନେଶ୍ୱର ଓ କଟକରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ଆଜି ପରୀକ୍ଷା କରାଯାଇଥିବା ୪୩ ନମୂନା ମଧ୍ୟରୁ ୧୨ ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ତେବେ ମୋଟ୍ ୭୫୦ଟି ନମୂନାରୁ ୨୫୯ଟି ପଜେଟିଭ୍ ଥିବା ଚିହ୍ନଟ କରାଯାଇଛି।
ସ୍ୱାଇନ୍ ଫ୍ଲୁର ମୁକାବିଲା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା କରାଯାଉଛି। ଏପରିକି ମେଡିକାଲ କଲେଜ, ଜିଲ୍ଲା ଓ ସବ୍ଡିଭିଜନ ମେଡ଼ିକାଲରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଛି। ପର୍ଯ୍ୟାପ୍ତ ପରିମାଣର ଔଷଧ ମଧ୍ୟ ମହଜୁଦ୍ ରଖାଯାଇଛି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଭୟଙ୍କର ରୂପ ନେଉଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।