୨,୭୭୦୦ ଟଙ୍କା ଫାଇନ ଆଦାୟ କଲା ଟ୍ରାଫିକ୍ ପୋଲିସ୍‌

ଭୁବନେଶ୍ୱର: ଟ୍ରାଫିକ ଫାଇନ୍‌ ଆଦାୟରେ ଭୁବନେଶ୍ୱର ଟ୍ରାଫିକ ରେକର୍ଡ କରିଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଅର୍ବାନ ପୋଲିସ୍‌ ଡିଷ୍ଟ୍ରିକ୍ଟରେ ୨,୭୭୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା। ୮୫୬ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍‌ ପୋଲିସ୍‌ ଏହି ଫାଇନ ଆଦାୟ କରିଥିଲେ। ଭୁବନେଶ୍ୱରର ବିଭିନ୍ନ ନୋ ଟୋଲେରାନ୍ସ ଜୋନ୍‌ ସମେତ ପ୍ରାୟ ୧୨ଟି ସ୍ଥାନରୁ ଏହି ଫାଇନ ଆଦାୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ସହରାଞ୍ଚଳରେ ଦୁର୍ଘଟଣାର ମାତ୍ରାକୁ ରୋକିବା ପାଇଁ ଟ୍ରାଫିକ୍‌ ଆଇନକୁ କଡ଼ାକଡ଼ି […]

taffic

taffic

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 07:16 PM IST

Sports

Latest News

ଭୁବନେଶ୍ୱର: ଟ୍ରାଫିକ ଫାଇନ୍‌ ଆଦାୟରେ ଭୁବନେଶ୍ୱର ଟ୍ରାଫିକ ରେକର୍ଡ କରିଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଅର୍ବାନ ପୋଲିସ୍‌ ଡିଷ୍ଟ୍ରିକ୍ଟରେ ୨,୭୭୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା। ୮୫୬ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍‌ ପୋଲିସ୍‌ ଏହି ଫାଇନ ଆଦାୟ କରିଥିଲେ। ଭୁବନେଶ୍ୱରର ବିଭିନ୍ନ ନୋ ଟୋଲେରାନ୍ସ ଜୋନ୍‌ ସମେତ ପ୍ରାୟ ୧୨ଟି ସ୍ଥାନରୁ ଏହି ଫାଇନ ଆଦାୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ସହରାଞ୍ଚଳରେ ଦୁର୍ଘଟଣାର ମାତ୍ରାକୁ ରୋକିବା ପାଇଁ ଟ୍ରାଫିକ୍‌ ଆଇନକୁ କଡ଼ାକଡ଼ି କରାଯାଇଛି। ତୀବ୍ର ବେଗରେ ଗାଡ଼ି ଚାଳନା, ଓଭରଲୋଡିଂ, ଟ୍ରିପଲ୍‌ ରାଇଡିଂ, ମଦ୍ୟପ ବ୍ୟକ୍ତି ତଥା ଆଇନ ମାନି ଗାଡ଼ି ଚଳାଇଥିବା ବ୍ୟକ୍ତିଙ୍କଠାରୁ ଏହି ଫାଇନ୍‌ ଆଦାୟ କରାଯାଇଛି। ଏଭଳି ଫାଇନ୍‌ ଆଦାୟ ଦ୍ୱାରା ବେଆଇନ ଚାଳକ ହୁସିଆର୍ ହେବା ସହ ଦୁର୍ଘଟଣାର ମାତ୍ରାକୁ ରୋକାଯାଇପାରିବ ବୋଲି ଭୁବନେଶ୍ୱର ଟ୍ରାଫିକ୍‌ ଏସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos