ଟାଟାର ନୂଆମୁଣ୍ଡି ଖଣିରେ ପରୀକ୍ଷାମୂଳକ ଭାବେ ଉଡିଲା ଡ୍ରୋନ୍‌

କେନ୍ଦୁଝର: ଖଣିଜ ସମ୍ପଦ ଚୋରି, ଉତ୍ତୋଳନ ପରିମାଣ ଓ ରୟାଲଟିର ତଦାରଖ କରିବା ପାଇଁ ଖଣି ଅଞ୍ଚଳରେ ଉଡିବ ଡ୍ରୋନ୍‌ କ୍ୟାମେରା। ଆଜି କେନ୍ଦୁଝର ଓ ଝାଡଖଣ୍ଡ ସୀମାନ୍ତ ଟାଟା ନୂଆମୁଣ୍ଡି ପଥର ଖଣି ଅଞ୍ଚଳରେ ପରୀକ୍ଷା ମୂଳକ ଭାବେ ଦୁଇଟି ଡ୍ରୋନ୍‌ କ୍ୟାମେରାର ଉଡାଣ କରାଯାଇଛି। ଏହି ସମୟରେ ଖଣି ସଚିବ କଲବିନ୍ଦର କୁମାର, ଆଇବିଏମ୍‌ କଣ୍ଟ୍ରୋଲର ଜେନେରାଲ ଆର.କେ. ସିହ୍ନା ଓ ଆଇବିଏମ୍‌ର ପୂର୍ବତନ କଣ୍ଟ୍ରୋଲର ଏ.ବି. ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଭାରତ ସରକାର ସିଧାସଳଖ ଖଣିଜ ସମ୍ପଦ ଚୋରି ଓ କେତେ ପରିମାଣର ଖଣିଜ ସମ୍ପଦ ଉତ୍ତୋଳନ ହେଲା ତାହାକୁ ତଦାରଖ କରିପାରିବେ।