‘ଆମ ସଭାକୁ କାହିଁକି ଆସିଲନି’: ତାତିଲେ ମହିଳା, ହଟ୍ଟହଟା ହେଲେ ତଥାଗତ

ଅନୁଗୋଳ: ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଆଜି ନିଜ ନିର୍ବାଚନମଣ୍ଡଳୀରେ ହଟ୍ଟହଟା ହୋଇଛନ୍ତି। ବିଜେଡି କର୍ମୀଙ୍କ ଆକ୍ରୋଶରେ ଝାଳନାଳ ହୋଇଛନ୍ତି। ବିଜେଡିର ‘ଗାଁକୁ ଚାଲ’ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତଥାଗତ ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା ନୂଆମୌଜା ପଞ୍ଚାୟତରେ ପହଞ୍ଚିଥିଲେ। ସାଂସଦଙ୍କୁ ସ୍ୱାଗତ କରିବା ପାଇଁ ଗାଁରେ ସମିତି ସଭ୍ୟା ଓ ସରପଞ୍ଚ ପୃଥକ୍ ପୃଥକ୍ ମଞ୍ଚ କରିଥିଲେ। ସମିତିସଭ୍ୟା ରଞ୍ଜିତା ନାଏକ ନିଜ ସମର୍ଥକଙ୍କ ସହ ତଥାଗତଙ୍କୁ ସ୍ୱାଗତ କରୁଥିବା ବେଳେ ସେ ଏହାକୁ ଅଣଦେଖା […]

angul meetinhg

angul meetinhg

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 09:51 PM IST

Sports

Latest News

ଅନୁଗୋଳ: ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଆଜି ନିଜ ନିର୍ବାଚନମଣ୍ଡଳୀରେ ହଟ୍ଟହଟା ହୋଇଛନ୍ତି। ବିଜେଡି କର୍ମୀଙ୍କ ଆକ୍ରୋଶରେ ଝାଳନାଳ ହୋଇଛନ୍ତି। ବିଜେଡିର ‘ଗାଁକୁ ଚାଲ’ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତଥାଗତ ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା ନୂଆମୌଜା ପଞ୍ଚାୟତରେ ପହଞ୍ଚିଥିଲେ। ସାଂସଦଙ୍କୁ ସ୍ୱାଗତ କରିବା ପାଇଁ ଗାଁରେ ସମିତି ସଭ୍ୟା ଓ ସରପଞ୍ଚ ପୃଥକ୍ ପୃଥକ୍ ମଞ୍ଚ କରିଥିଲେ। ସମିତିସଭ୍ୟା ରଞ୍ଜିତା ନାଏକ ନିଜ ସମର୍ଥକଙ୍କ ସହ ତଥାଗତଙ୍କୁ ସ୍ୱାଗତ କରୁଥିବା ବେଳେ ସେ ଏହାକୁ ଅଣଦେଖା କରି ସରପଞ୍ଚଙ୍କ ମଞ୍ଚକୁ ଚାଲି ଯାଇଥିଲେ। ଏହାକୁ ନେଇ ସମିତିସଭ୍ୟା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ସେମାନେ ହୋ-ହଲ୍ଲା କରିବା ସହ ନିଜେ ତିଆରି କରିଥିବା ମଞ୍ଚକୁ ଭାଙ୍ଗି ଦେଇଥିଲେ। ଏପରିକି ସାଂସଦଙ୍କ ବିରୋଧରେ ନାରାବାଜି ଦେବା ସହ ତାଙ୍କ ପୋଷ୍ଟର ଓ ବ୍ୟାନର ମଧ୍ୟ ପୋଡିଥିଲେ। ପରେ ତଥାଗତଙ୍କୁ ଘେରିଯାଇ ହଲାପଟା କରିଥିଲେ। ଏହି ସମୟରେ ତଥାଗତ ସମିତି ସଭ୍ୟାଙ୍କୁ ହାତଯୋଡି କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ତଥାଗତ ନିଜ ଗାଡିରେ ଗାଁ ଛାଡି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos