‘ଟିଚର ଅନ୍‌ କଲ’ ହେବ ‘ଅତିଥି ଶିକ୍ଷକ’

ଭୁବନେଶ୍ୱର: ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଟିଚର ଅନ୍‌ କଲ’ ବୃବସ୍ଥା ପ୍ରଚଳନ କରାଯାଇଥିଲା। ଏହି ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା। ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ଟିଚର ଅନ୍‌ କଲ’ର ନାମ ପରିବର୍ତ୍ତନ କରି ‘ଅତିଥି ଶିକ୍ଷକ’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ରଞ୍ଜନା ଚୋପ୍ରା ଆଜି ଏକ ଶୁଦ୍ଧିପତ୍ର ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ବିଦ୍ୟାଳୟ ଗୁଡିକରେ ନିୟୋଜିତ ହେଉଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଅତିଥି ଶିକ୍ଷକ’ ଭାବେ ବିବେଚନା କରାଯିବ।