‘ପୋଲାଭରମ୍‌ ପ୍ରକଳ୍ପ ଏମିତି ହେଉ, ଯେମିତି କାହାରି କ୍ଷତି ହେବନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାର ନିର୍ମାଣ କରୁଥିବା ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପକୁ ଆମେ ବିରୋଧ କରୁନୁ। କାମ ହେଉ। ମାତ୍ର ଏହି ପ୍ରକଳ୍ପ ଦ୍ୱାରା ଯେମିତି କାହାରି କ୍ଷତି ନହେଉ। ଆଜି ଏପରି ବୟାନ ଦେଇଛନ୍ତି ତେଲେଙ୍ଗାନା ଗୃହ ମନ୍ତ୍ରୀ ଏନ୍‌. ନରସିଂହା ରେଡ୍ଡୀ। ସେ କହିଛନ୍ତି-“ପୋଲାଭରମ୍ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟ ସହିତ ଆଲୋଚନା କରନ୍ତି। ଏଥିରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ। ଏପରିକି […]

Polavaram Project

Polavaram Project

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାର ନିର୍ମାଣ କରୁଥିବା ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପକୁ ଆମେ ବିରୋଧ କରୁନୁ। କାମ ହେଉ। ମାତ୍ର ଏହି ପ୍ରକଳ୍ପ ଦ୍ୱାରା ଯେମିତି କାହାରି କ୍ଷତି ନହେଉ। ଆଜି ଏପରି ବୟାନ ଦେଇଛନ୍ତି ତେଲେଙ୍ଗାନା ଗୃହ ମନ୍ତ୍ରୀ ଏନ୍‌. ନରସିଂହା ରେଡ୍ଡୀ।

ସେ କହିଛନ୍ତି-“ପୋଲାଭରମ୍ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟ ସହିତ ଆଲୋଚନା କରନ୍ତି। ଏଥିରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ।”

ଅକ୍ଟୋବର ୧୦ ତାରିଖରେ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖି କାମ ତୁରନ୍ତ ବନ୍ଦ କରିବାକୁ ଦାବି ଜଣାଇଥିଲେ। ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ଉପରେ କି ପ୍ରଭାବ ପଡିବ ତା’ର ଆକଳନ ନକରି କାମ କରାଯାଉଛି। ଏହା ଗୋଦାବରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲକୁ ଉଲ୍ଲଂଘନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos