ଧୀରେ ଧୀରେ ବଢ଼ିଲାଣି ଶୀତ: ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆହୁରି ଖସିବ ତାପମାତ୍ରା

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ ଧୀରେ ଧୀରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢ଼ିବାରେ ଲାଗିଲାଣି। ବିଶେଷ କରି ଦିନ ଅପେକ୍ଷା ରାତିରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି। ଆଜି ସକାଳେ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ିର ମାତ୍ରା ଅଧିକ ରହିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୦ ଡିଗ୍ରୀରୁ ତଳକୁ ରହିଛି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି।