ତାତିରୁ ଟିକେ ତ୍ରାହି: ଆଜି ମାତ୍ର ତିନୋଟି ସହରରେ ପାରଦ ୪୦ ଡିଗ୍ରୀ ଡେଇଁଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିରୁ ଟିକେ ତ୍ରାହି ମିଳିଛି। ଆଜି ରାଜ୍ୟର ଅନେକ ପ୍ରମୁଖ ସହରରେ ତାପମାତ୍ରା କମ୍ ରହିଥିଲା। ଆଜି ମାତ୍ର ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସୋନପୁରର ତାପମାତ୍ରା ସର୍ବାଧିକ ୪୩.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତା’ ତଳକୁ ରହିଥିଲା ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା। ମାଲକାନଗିରିରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିଲା। ଅନୁଗୋଳରେ ତାପମାତ୍ର ୩୭.୭ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ୩୮.୨, ସମ୍ବଲପୁରରେ […]

tempt

tempt

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 08:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିରୁ ଟିକେ ତ୍ରାହି ମିଳିଛି। ଆଜି ରାଜ୍ୟର ଅନେକ ପ୍ରମୁଖ ସହରରେ ତାପମାତ୍ରା କମ୍ ରହିଥିଲା। ଆଜି ମାତ୍ର ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସୋନପୁରର ତାପମାତ୍ରା ସର୍ବାଧିକ ୪୩.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତା’ ତଳକୁ ରହିଥିଲା ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା। ମାଲକାନଗିରିରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିଲା।

ଅନୁଗୋଳରେ ତାପମାତ୍ର ୩୭.୭ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ୩୮.୨, ସମ୍ବଲପୁରରେ ୩୯.୨, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୮, ତାଳଚେରରେ ୩୮.୧, ଭବାନୀପାଟଣାରେ ୩୯.୩ ଓ ବଲାଙ୍ଗିରରେ ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱରର ତାପମାତ୍ରା ୩୭.୧ ଡିଗ୍ରୀ ରହିଥିବା ବେଳେ କଟକରେ ୩୬.୫ ଡିଗ୍ରୀ ରହିଥିଲା। ପୁରୀର ତାପମାତ୍ରା ୩୩.୦ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୩୫.୦, ଚାନ୍ଦବାଲିରେ ୩୭, କେନ୍ଦୁଝରରେ ୩୫.୭, କୋରାପୁଟରେ ୩୪ ଓ ବାରିପଦାରେ ୩୫.୫ ଡିଗ୍ରୀ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos