୪୭ ଡିଗ୍ରୀରେ ତାତିଲା ଟିଟିଲାଗଡ଼

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୯ଟିର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ଜଣାଶୁଣା ଟିଟିଲାଗଡ଼ର ତାପମାତ୍ରା ଆଜି ୪୭ ଡିଗ୍ରୀ ସେଲ୍‌ସିୟସ୍ ଛୁଇଁ ଥିଲା। ତା’ ତଳକୁ ରହିଥିଲା ସୋନପୁର। ଏଠାରେ ତାପମାତ୍ରା ଥିଲା ୪୬.୨। ହୀରାକୁଦ ଓ ତାଳଚେରରେ ତାପମାତ୍ର ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୫.୩, ଅନୁଗୋଳରେ […]

meto

meto

Rakesh Mallick
  • Published: Thursday, 21 April 2016
  • Updated: 22 April 2016, 05:01 AM IST

Sports

Latest News

metoଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୯ଟିର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ଜଣାଶୁଣା ଟିଟିଲାଗଡ଼ର ତାପମାତ୍ରା ଆଜି ୪୭ ଡିଗ୍ରୀ ସେଲ୍‌ସିୟସ୍ ଛୁଇଁ ଥିଲା। ତା’ ତଳକୁ ରହିଥିଲା ସୋନପୁର। ଏଠାରେ ତାପମାତ୍ରା ଥିଲା ୪୬.୨।

ହୀରାକୁଦ ଓ ତାଳଚେରରେ ତାପମାତ୍ର ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୫.୩, ଅନୁଗୋଳରେ ୪୫.୧, ବଲାଙ୍ଗିରରେ ୪୫, ଭବାନୀପାଟଣାରେ ୪୫ ଓ ସୁନ୍ଦରଗଡ଼ରେ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସମ୍ବଲପୁରରେ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ଢେଙ୍କାନାଳରେ ୪୪.୩, କେନ୍ଦୁଝରରେ ୪୪, ବାରିପଦାରେ ୪୨.୬, ଫୁଲବାଣୀରେ ୪୨.୫ ଓ ଚାନ୍ଦବାଲିରେ ୪୧.୯ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଓ ଢେଙ୍କାନାଳରେ ତାପମାତ୍ରା ଯଥାକ୍ରମେ ୪୦.୩ ଓ ୩୯ ଡିଗ୍ରୀ ରହିଥିଲା। ବାଲେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିଲା।

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ଅନେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ତା’ପରେ କମିବ। ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨୪ ତାରିଖରୁ ତାପମାତ୍ରା ଟିକେ ହ୍ରାସ ପାଇବା ନେଇ ସଂକେତ ମିଳୁଛି। ଏହି ସ୍ଥାନଗୁଡ଼ିକରେ ତାପାମାତ୍ରା ପଇଚାଳିଶ ଛୟାଳିଶ ଡିଗ୍ରୀ ରହୁଥିବା ବେଳେ ୨୪ ତାରିଖ ପରେ ଏଥିରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story