ଶ୍ରୀମନ୍ଦିର ପରିଚାଳନା ଚିନ୍ତା: ଦେଶର ତିନି ବିଖ୍ୟାତ ମନ୍ଦିର ବୁଲିବ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ କମିଟି ଆଜି ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବାକୁ ପଞ୍ଜାବ ଅଭିମୁଖେ ଯାତ୍ରା କରିଛି। ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ୩ଜଣିଆ କମିଟି ଗଠନ କରିଥିଲେ। କମିଟିରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହୀମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। […]

Jagannath-Puri-temple-600x350

Jagannath-Puri-temple-600x350

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 06:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ କମିଟି ଆଜି ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବାକୁ ପଞ୍ଜାବ ଅଭିମୁଖେ ଯାତ୍ରା କରିଛି।

ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ୩ଜଣିଆ କମିଟି ଗଠନ କରିଥିଲେ। କମିଟିରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହୀମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି।

କମିଟିର ସଦସ୍ୟମାନେ ଆସନ୍ତାକାଲି ଅମୃତସରର ସ୍ୱର୍ଣ୍ଣମନ୍ଦିର କରିସାରିବା ପରେ ଅଗଷ୍ଟ ୧୮ରେ ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ଅଗଷ୍ଟ ୨୦ରେ ତିରୁପତି ମନ୍ଦିର ଓ ଅଗଷ୍ଟ ୨୧ରେ କର୍ଣ୍ଣାଟକର ଧର୍ମସ୍ଥଳ ପରିଦର୍ଶନ କରିବେ।

ଏ ସମସ୍ତ ଧର୍ମସ୍ଥଳରେ ଭକ୍ତଙ୍କ ନିମନ୍ତେ କରାଯାଇଥିବା ସୁବିଧା ଓ ମନ୍ଦିର ପରିଚାଳନା ବ୍ୟବସ୍ଥା ଆଦିର ଅନୁଧ୍ୟାନ କରି ୨୩ ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos