ହାଜତ ମୃତ୍ୟୁକୁ ନେଇ ଅଶାନ୍ତ ବୀରମିତ୍ରପୁର

ବୀରମିତ୍ରପୁର(ରାକେଶ ସାହୁ): ଅଶାନ୍ତ ହୋଇ ଉଠିଛି ବୀରମିତ୍ରପୁର l ହାଜତ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ  ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ ତାରିକ୍ ସଲିମଙ୍କୁ ଉଠାଇ ଆଣି ଥାନାରେ ପଚରା ଉଚରା କରୁଥିଲା l ତେବେ ହାଜତରେ ତାରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଆଜି ବୀରମିତ୍ରପୁର ଥାନା ପରିସରେ ଉତ୍ତେଜନା ଲାଗି ରହିଥିଲା I ବୀରମିତ୍ରପୁର ଥାନାକୁ ସୁନ୍ଦରଗଡ଼ ଏସପି ସାଗରିକା ନଥା, ପଶ୍ଚିମାଞ୍ଚଳ ଡିଆଇଜି […]

8bno

8bno

Tapas Behera
  • Published: Thursday, 19 November 2020
  • Updated: 19 November 2020, 05:06 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ଅଶାନ୍ତ ହୋଇ ଉଠିଛି ବୀରମିତ୍ରପୁର l ହାଜତ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ  ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ ତାରିକ୍ ସଲିମଙ୍କୁ ଉଠାଇ ଆଣି ଥାନାରେ ପଚରା ଉଚରା କରୁଥିଲା l ତେବେ ହାଜତରେ ତାରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଆଜି ବୀରମିତ୍ରପୁର ଥାନା ପରିସରେ ଉତ୍ତେଜନା ଲାଗି ରହିଥିଲା I ବୀରମିତ୍ରପୁର ଥାନାକୁ ସୁନ୍ଦରଗଡ଼ ଏସପି ସାଗରିକା ନଥା, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ବୀରମିତ୍ରପୁରରେ ଏକ ଟିମ୍ ସହ ଏସ୍‌ପି ଓ ଡିଆଇଜି ଆଲୋଚନା କରିଥଲେ ଏସ୍ପି କହିଥିଲେ ନ୍ୟାସନାଲ୍ ହ୍ୟୁମ୍ୟାନ୍ ରାଇଟ୍ସ କମିଶନ ଗାଇଡ୍ ଲାଇନ୍ ଅନୁସାରେ ତଦନ୍ତ ହେବ, ଦୁଇ ଜଣ ଡାକ୍ତରୀ ଟିମ୍ ପୋଷ୍ଟମୋର୍ଟମ କରିବେ, ଭିଡିଓ ଗ୍ରାଫି ହେବ ଓ ଏହି ଘଟଣାରେ ଯିଏ ବି ଦୋଷୀ ବାହାରିବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି I ସେହିପରି ଅନ୍ୟ ଏକ ଘଟଣାକ୍ରମରେ ଗତକାଲି ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍‌ ହେପାଜତରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ ଘଟଣାକୁ ନେଇ ପୁରୀ ହସ୍‌ପିଟାଲ୍‌ ସମ୍ମୁଖରେ ପୁଲିସ୍ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos