ମାଛହାଟ ଉଚ୍ଛେଦରୁ ଲାଗି ରହିଛି ଉତ୍ତେଜନା

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟ ଉଚ୍ଛେଦକୁ ନେଇ ଦୁଇ ଦିନ ହେବ ଉତ୍ତେଜନା ଲାଗି ରହିଛି। ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ମାଛ ବ୍ୟବସାୟୀ। ମିଳିଥିବା ସୂଚନା ମୁତାବକ, ଗତ ସୋମବାର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରେ ମାଛହାଟ ଦୋକାନୀଙ୍କ ସମେତ ଆଇନ୍‌ଜୀବି ଓ ସ୍ଥାନୀୟ ସମିତିସଭ୍ୟ ପ୍ରମୁଖ ମାଛହାଟକୁ ଉଚ୍ଛେଦ ନକରିବା ପାଇଁ […]

bhdrak-2

bhdrak-2

Tapaswini Nayak
  • Published: Wednesday, 30 September 2020
  • Updated: 30 September 2020, 11:38 AM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟ ଉଚ୍ଛେଦକୁ ନେଇ ଦୁଇ ଦିନ ହେବ ଉତ୍ତେଜନା ଲାଗି ରହିଛି। ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ମାଛ ବ୍ୟବସାୟୀ।

ମିଳିଥିବା ସୂଚନା ମୁତାବକ, ଗତ ସୋମବାର ଦୋଳସାହି ଗେଟ୍ ବଜାରସ୍ଥିତ ମାଛହାଟକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରେ ମାଛହାଟ ଦୋକାନୀଙ୍କ ସମେତ ଆଇନ୍‌ଜୀବି ଓ ସ୍ଥାନୀୟ ସମିତିସଭ୍ୟ ପ୍ରମୁଖ ମାଛହାଟକୁ ଉଚ୍ଛେଦ ନକରିବା ପାଇଁ ତହସିଲଦାରଙ୍କୁ କହିବା ସହିତ ବିରୋଧ ମଧ୍ୟ କରିଥିଲେ ।  କିନ୍ତୁ ତହସିଲଦାର  ରମେଶ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମେସିନ୍ ସାହାଯ୍ୟରେ ସଂପୃକ୍ତ ମାଛହାଟକୁ ଉଚ୍ଛେଦ କରାଯାଇଥିଲା ।

ଏହି ସମୟରେ ତିହିଡି ପୁଲିସ୍‌ ସମେତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପରେ ଏନେଇ ଉତେଜନା ପ୍ରକାଶ ପାଇଛି । ଆଇନ୍‌ର ଆଶ୍ରୟ ନେବାକୁ ମାଛହାଟ ଦୋକାନୀମାନେ ଚେତାବନୀ ଦେଇଥିବା ଜଣାଯାଇଛି ।

ପ୍ରଶାସନ କିଛି ନ ଶୁଣି ସେମାନଙ୍କ ଜୀବିକା ଉଜାଡ଼ି ଦେଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ମାଛ ବ୍ୟବସାୟୀ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos