ମାଟି ତଳେ ଆତଙ୍କ: ରାସ୍ତା ମଝିରେ ମାଓବାଦୀଙ୍କ ଅଣ୍ଡରଗ୍ରାଉଣ୍ଡ ବାରୁଦ ଗୋଦାମ

ମାଲକାନଗିରି: ରାସ୍ତା ମଝିରେ ମାଓବାଦୀଙ୍କ ଅଣ୍ଡରଗ୍ରାଉଣ୍ଡ ବାରୁଦ ଗୋଦାମ। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଓରେଙ୍ଗୁତାର ଓ କଣ୍ଟେପା ମଧ୍ୟରେ ଏଭଳି ଏକ ଗୋଦାମକୁ ଠାବ କରିଛି ପୋଲିସ୍।

ପୋଲିସ୍‌କୁ ଟାର୍ଗେଟ କରି ରାସ୍ତାରେ ବାରୁଦ ରଖାଯାଇଥିବା ସୂଚନା ପାଇ ଛତିଶଗଡ଼ ପୋଲିସ୍‌ର ଏକ ସାଇଣ୍ଟିଫିକ୍ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଏହି ଅଣ୍ଡରଗ୍ରାଉଣ୍ଡ ବାରୁଦ ଗୋଦାମକୁ ଠାବ କରାଯାଇଥିଲା।

ତେବେ କିଭିଳି ଓ କେଉଁ ପରିସ୍ଥିତିରେ ମାଓବାଦୀମାନେ ରାସ୍ତା ମଝିରେ ଏଭଳି ଅଣ୍ଡରଗ୍ରାଉଣ୍ଡ ଗୋଦାମ କଲେ ତାହାର ତଦନ୍ତ କରୁଛି ପୋଲିସ୍।